ସନଷ୍ଟାର ଟିଭି ବ୍ୟୁରୋ
ବାଲିସାହି : ପ୍ରେମ ପାଇଁ ଗଲା ଜୀବନ। ଆଜି ଭୋର ସକାଳୁ ଏରସମା ବ୍ଲକ ନୂଆଗାଁର ବାଲିସାହି ପଡା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରଫୁଲ ବିଶ୍ୱାଳଙ୍କ ପୁଅ ସମ୍ପଦ ବିଶ୍ୱାଳ ଜିନ୍ଦଲ ଅଧିକୃତ କାଜୁ ବଗିଚାରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଭୟ ଚାନ୍ଦ ପୁର ଥାନା ରେ ସମ୍ପଦର ମାମୁଁ ବସନ୍ତ ଭୋଳ ଅଭିଯୋଗ କରିଛନ୍ତି ।
ଗତ କାଲି ସମ୍ପଦ ପ୍ରତି ଦିନ ଭଳି ଘରେ ଶୋଇଥିଲା ମାତ୍ର ସକାଳୁ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପ୍ରଫୁଲଙ୍କର ତିନି ଝିଅରେ ଏକମାତ୍ର ପୁଅ ଥିଲା ସମ୍ପଦ । ମାମୁଁ ନିଜ କାଜୁ ବାଡିକୁ ଶୌଚ ହେବାକୁ ସକାଳେ ଯାଇଥିବା ବେଳେ ଭଣଜା ସମ୍ପଦର ଝୁଲନ୍ତା ମୃତ ଦେହ ଦେଖି ଚକିତ ହୋଇଯାଇଥିଲେ । ପରେ ସରପଞ୍ଚ ଓ ଗାଁ ମୁରବି ଙ୍କୁ ଜଣାଇବା ପରେ ସରପଞ୍ଚ ପୋଲିସ କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ପଠାଇ ଥିବା ବେଳେ ତଦନ୍ତ ଆରମ୍ଭ କରିଛି ।ପୋଲିସ ହାତରେ ମିଳିଥିବା ମୃତୁବରଣ ପୂର୍ବ ଚିଠି ଅନୁସାରେ ଏହା ପ୍ରେମ ଜନିତ ଘଟଣା ବୋଲି ପ୍ରାଥମିକ ସୂଚନା ମିଳିଛି ।ଏକମାତ୍ର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ପରେ ବାପା ମା ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଶୋକର ପରିବେଶ ଛାଇ ଯାଇଛି। ତେବେ ଘଟଣା କଣ ଏବଂ କାହିଁକି ସମ୍ପଦ ଏଭଳି ଚରମ ପଦକ୍ଷପ ନେଲେ ଏହା ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିବ। ବର୍ତ୍ତମାନ ସମସ୍ତଙ୍କ ନଜର ଏହି ଘଟଣା ଉପରେ ରହିଛି।(ରିପୋର୍ଟ:ଅରୁଣ କୁମାର ପରିଡା)