ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଜି-୭ ରାଷ୍ଟ୍ରମୁଖ୍ୟଙ୍କ ବର୍ଦ୍ଧିତ ସମର୍ଥନ ୟୁକ୍ରେନକୁ ଭାରି ପଡିଲା ।ପ୍ରାୟ ତିନି ସପ୍ତାହ ବ୍ୟବଧାନରେ ଗତ ରବିବାର ଦିନ ସକାଳେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି ଋଷ । ୟୁକ୍ରେନ ରାଜଧାନ କିଭି ଉପରେ ଋଷ ଆକ୍ରମଣ ଜୋରଦାର ଜାରି ରଖିଛି ।
ତେବେ ଏଥିରେ କଭିର ଆବାସିକ ଅଞ୍ଜଳକୁ ଟାର୍ଗେଟ କରିଥିଲା ଋଷ । ଏଭଳି ଭୟଙ୍କର ଅକ୍ରମଣ ପାଇଁ ଜି-୭ ବୈଠକରେ ଆମେରିକା ରାଷ୍ଟ୍ରମୁଖ୍ୟ ଜୋ ବାଇଡେ ନିନ୍ଦା କରିବା ସହ ିତ ଋଷର ସୁନା ଆମଦାନୀ ଉପରେ ରୋକ ଲଗାଇଛନ୍ତି । ଏହା ସହ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା ଋଷ ଉପରେ ଅଧିକ ରୁ ଅଧିକ କଟକଣା ଲଗାଇବାକୁ ଆହ୍ୱାନ ଦେଇଛନ୍ତି ।ତେବେ ଜି-୭ ବୈଠକରେ ଆମେରିକା ସହ ଉପସ୍ଥିତ ଥିବା ଅନ୍ୟ ରାଷ୍ଟ୍ରଗୁଡିକ ଜର୍ମାନୀ, ଫ୍ରାନ୍ସ, ୟୁକେ, ଜାପାନ, ଇଟାଲୀ, କାନାଡା ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ସମର୍ଥନ ଲୋଡିଛି ୟୁକ୍ରେନ ।ଗତ ରବିବାର ଠାରୁ ଜି-୭ ବୈଠକ ଆରମ୍ଭ ହୋଇଛି । ତେବେ ଏହି ବୈଠକ ଶେଷରେ ୟୁକ୍ରେନକୁ ନେଇ କଣ ରହୁଛି ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ମତ ଏହା ଉପରେ ରହିଛି ସମସ୍ତଙ୍କ ନଜର ।(ରିପୋର୍ଟ:ସୋନାଲି)