ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ମହାରାଷ୍ଟ୍ରର ସଙ୍କଟ ସମୟରେ ଆଜି କାର୍ଯ୍ୟକାରୀଣି ବୈଠକ ଡକାଇଥିଲା ଶିବ ସେନା । ଯେଉଁଥିରେ କିଛି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏହି ବୈଠକ ପରେ ଆଦିତ୍ୟ ଠାକରେ କହିଛନ୍ତି ଯାହା ବି ହେଉ ଯିଏ ବିଶ୍ବାସଘାତକ କରିଛନ୍ତି ସେମାନଙ୍କୁ ଆମେ ଛାଡିବୁ ନାହିଁ। ଆମେ ବିଦ୍ରୋହୀ ମାନଙ୍କୁ ଛାଡିବୁ ନାହିଁ। ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବୁ। ଆଜିର ବୈଠକରେ କଣ ଆଲୋଚନା ହୋଇଛି ତାହା ଆପଣ ସବୁ ଜାଣନ୍ତି। ଆମେ ଲଢ଼ିବୁ ଆଉ ଆମେ ଜିତିବୁ ବୋଲି ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି।