ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ପବିତ୍ର ଅଣସର ଦ୍ୱାଦଶୀ। ଆଜି ଶ୍ରୀ ମହାପ୍ରଭୁ ଙ୍କ ଅନବସର ଗୁପ୍ତ ସେବା ଅନ୍ତର୍ଗତ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଅଙ୍ଗ ଲାଗି ଦଇତାପତି ସେବାୟତ ମାନେ ମହାପ୍ରଭୁ ଙ୍କ ସୁସ୍ଥ ହେବାର ଖବର ଶ୍ରୀ ଗଜପତି ମହାରାଜ ଙ୍କୁ ଦେବା ପାଇଁ ଶ୍ରୀନହର କୁ ବିଜେ କରିବେ। ଆଜି ପଟି ଦିଅଁ ଙ୍କ ପ୍ରଥମ ଭୋଗ ମଣ୍ଡପ ବଢ଼ିସାରିଲେ, ଭଣ୍ଡାର ଘରୁ ରୁପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଏ। ଏହାପରେ ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ମାନଙ୍କ ଉପରେ ପକାଇ ଦଇତାପତି ସେବକ ମାନେ ଅଣସର ପିଣ୍ଡି ରୁ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡୋରି ଉକ୍ତ ରୁପା ଥାଳି ରେ ରଖି ଘଣ୍ଟ, ଛତ୍ର, ଓ କାହାଳୀ ସହ ତଳିଛ ମହାପାତ୍ର ଓ ପ୍ରଧାନୀ ସେବକ ହାତ ପଇଠ ହୋଇ ଆଗେ ଆଗେ ଶ୍ରୀନହର ଅଭିମୁଖେ ଯାତ୍ରା କରନ୍ତି। ଶ୍ରୀନହର ରେ ଉପସ୍ଥିତ ହେବା ପରେ ସେଠାରେ ଗଜପତି ମହାରାଜ ଙ୍କୁ ଶ୍ରୀ ମହାପ୍ରଭୁ ଙ୍କ ସୁସ୍ଥ ହେବା ଖବର ଦେବା ସହ ଶ୍ରୀଅଙ୍ଗ ଲାଗି ଚନ୍ଦନ, କରାଳ ଓ ପାଟଡୋରି ଦେଇଥାନ୍ତି। ଏହା ସହ ସେଠାରେ ରାଜା ଙ୍କ ଛୁଆଁ ଶାଢ଼ୀମାନ ଦଇତାପତି, ପତି ମହାପାତ୍ର, ତଢ଼ାଉ କରଣ, ଦେଉଳ କରଣ, ତଳିଛ ମହାପାତ୍ର ଓ ପ୍ରଧାନୀ ଙ୍କୁ ପ୍ରଦାନ କରାଯାଏ।