ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ସବୁ ଅପେକ୍ଷାର ଅନ୍ତ ଘଟିଲା । ୧୦ ଦିନର ନିରନ୍ତର ଚେଷ୍ଟାଦ୍ୱାର ରାହୁଲ ସୁସ୍ଥ ହେଲା । ଗତ ୧୪ ତାରିଖରୁ ବିଳାସପୁର ଆପୋଲ ହସ୍ପିଟାଲ ରେ ରାହୁଲର ଚିକିିତ୍ସା କରାଯାଉଥିଲା । ଚିକିତ୍ସା ପରେ ଧୀରେ ଧୀରେ ରାହୁଲର ସ୍ୱାସ୍ଥ ଅବସ୍ଥାରେ ସୁଧାର ଆସିଥିଲା । ତେବେ ଆଜି ସ୍ୱାସ୍ଥ ଅବସ୍ଥାରେ ସମ୍ପୁନ୍ନ ସୁଧାର ଆସିଥିବାରୁ ମେଡିକାଲରୁ ଡିସଚାର୍ଜ ହୋଇଛି ରାହୁଲ । ଡିସଚାର୍ଜ ହେବା ସମୟରେ ରାହୁଲକୁ ଭେଟିବା ଲାଗି ଜାଞ୍ଜଗିରି ଜିଲ୍ଲାପାଳ, ବିଳାସପୁର ଜିଲ୍ଲାପାଳ, ଏସପି ପ୍ରମୁଖ ଆସିଥିଲେ । ରାହୁଲ ଡିସଚାର୍ଜ ସମୟରେ ବିଳାସପୁର ଏସପି ଗିପ୍ଟ ଆକାରରେ ଗୋଟେ ସାଇକେଲ ସାଙ୍ଗକୁ ଚକଲେଟ ପ୍ରଦାନ କରିଛନ୍ତି । ତେବେ ରାହୁଲ ଜଣେ ଦିବ୍ୟାଙ୍ଗ ଛାତ୍ର ହୋଇଥିବାରୁ ସେ ଶୁଣିପାରେନି କି କଥା ବି କହି ପାରେନି । ଏବେ ରାହୁଲର ସ୍ପିଚ ଥେରାପି ଉପରେ ଡାକ୍ତର ଧ୍ୟାନ ଦେବେ ବୋଲି ସୂଚନା ମଳିଛି । ତେବେ ୮୦ ଫୁଟର ବୋରୱେଲ ଭିତରେ କିଟମିଟ ଅନ୍ଧାରରେ ପ୍ରାୟ ୫ ଦିନ ପଡିରହିଥିଲା ରାହୁଲ । ୧୦ ବର୍ଷର ବାଳକ ରାହୁଲର ଉଦ୍ଧାର ଲାଗି ୧୦୮ ଘଣ୍ଟାର ରେସ୍କ୍ୟୁ ଅପରେସ୍ନ କରାଯାଇଥିଲା । ଶେଷରେ ଭଗବାନ ଡାକ ଶୁଣିଲେ ଏବଂ ରାହୁଲ ସାହୁ ବୋରୱେଲ ଭିତରୁ ବାହାରିଲା । ଆଜି ଦିନ ୧୧ ଟାରେ ରାହୁଲ ସମ୍ପୁନ୍ନ ସୁସ୍ଥ ହୋଇଛି ମେଡିକାଲରୁ ଡିସଚାର୍ଜ ହୋଇଛି ରାହୁଲ । ନିଜ ଗାଁ ପିହରିଡରେ ପହଞ୍ଜିବ ପ୍ରାୟ ଦିନ ୩ ଟାରେ ପହଞ୍ଜିବ ରାହୁଲ । ମରଣ କୁ ହରାଇ ଫେରିଥିବା ସାହାସୀ ବାଳକ ରାହୁଲକୁ ପାଛୋଟି ନେବାକୁ ଚାହିଁ ବସିଛନ୍ତି ପିହରିଡିର ଗ୍ରାମବାସୀ । ଏହା ସହ ରାହୁଲକୁ ସମ୍ବର୍ଦ୍ଧନା ସହ ଶୋଭାଯାତ୍ରା କରି ଘରକୁ ନେବାପାଇଁ ଛତିଶଗଡ ପ୍ରଶାସନ ପକ୍ଷରୁ କରିଥିବା ସୂଚନା ମିଳିଛି (ରିପୋର୍ଟ: ସୋନାଲି)