ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ଜି-୭ ରେ ଯୋଗ ଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ । ଆସନ୍ତାକାଲି ଜର୍ମାନୀରେ ଜି-୭ ବୈଠକ ବସିବ । ଏହି ବୈଠକରେ ଜର୍ମାନୀ, ଫ୍ରାନ୍ସ, ୟୁକେ, ଜାପାନ, ଇଟାଲୀ, କାନାଡା, ଆମେରିକାର ରାଷ୍ଟ୍ରମୁଖ୍ୟ ସାମିଲି ହେବେ । ଏହା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି । ଏହି ବୈଠକରେ ୟୁକ୍ରେନ ପ୍ରସଙ୍ଗ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହା ସହିତ ଖାଦ୍ୟ, ଶକ୍ତି ସୁରକ୍ଷା, ଜଳବାୟୁ ପରିବର୍ତ୍ତ. କରୋନା, ଆର୍ଥିକ ସ୍ଥିରତା ଏବଂ ଗଣତନ୍ତ୍ର ଉପରେ ଆଲୋଚନା କରାଯିବ । ଏହି ବୈଠକରେ ଜି-୭ର ରାଷ୍ଟ୍ରମୁଖ୍ୟମାନଙ୍କ ସହ ଦ୍ୱିପାଖିକ ଆଲୋଚନା କରିବାର ସୂଚନା ମିଳିଛି । ତେବେ ଏହି ବୈଠକ ପ୍ରାୟ ତିନି ଦିନ ଧରି ଚାଲିବ । ଏହି ଅବସରରେ ମୋଦି କଣ ମତ ରଖିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । (ରିପୋର୍ଟ:ସୋନାଲି)