ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ବିବାହର ୬ ବର୍ଷ ପରେ ବିଚ୍ଛେଦ। ବଲିଉଡ ରାପର ରଫ୍ତାର ତାଙ୍କର ପତ୍ନୀ କୋମଲଙ୍କର ଛାଡପତ୍ର ହୋଇଛି। ଅନେକ ରିପୋର୍ଟ ଅନୁଯାୟୀ, କରୋନାଭାଇରସ୍ ମହାମାରୀ ହେତୁ ସେମାନଙ୍କ ପୃଥକ ହେବା ପ୍ରକ୍ରିୟାରେ ବିଳମ୍ବ ହେଉଥିଲା। କିନ୍ତୁ, ସେମାନେ ବର୍ତ୍ତମାନ ଚଳିତ ବର୍ଷ ଅକ୍ଟୋବର ୬ ରେ ଛାଡପତ୍ର କାଗଜପତ୍ରରେ ଦସ୍ତଖତ କରିବେ ବୋଲି ସୂଚନା ମିଳିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ “ଉଭୟ ନିଜ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି ଏବଂ ଏହି ଦମ୍ପତି ସେମାନଙ୍କ ପରିବାର ସହିତ ମଧ୍ୟ ଆନ୍ତରିକତା ବଜାୟ ରଖିଛନ୍ତି। ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ଛାଡପତ୍ରକୁ ନେଇ କିଛି ବିବୃତ୍ତି ଜାରି କରିନାହାଁନ୍ତି। ସୂଚନାମୁତାବକ ୨୦୧୬ ରେ ସେମାନେ ପରସ୍ପରକୁ ବିବାହ କରିଥିଲେ। ଏହା ପୂର୍ବରୁ ରାଫ୍ତାର ଏବଂ କୋମଲ ପାରସ୍ପରିକ ବନ୍ଧୁଙ୍କ ମାଧ୍ୟମରେ ସାକ୍ଷାତ କରିଥିଲେ ଏବଂ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ । ଏହାପରେ ସେମାନେ ବିବାହ କରିଥିଲେ।