ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା : ବର୍ତ୍ତମାନ ଆତ୍ମହତ୍ୟା ଏକ ସାଧାରଣ କଥା ହୋଇଗଲାଣି। ପ୍ରତିଦିନ ଏହି ସବୁ ଆତ୍ମହତ୍ୟା କଥା ଖବର କାଗଜର ପୃଷ୍ଠା ମଣ୍ଡନ କରୁଛି। ତେବେ ଏହି ଭିତରେ ନୂଆପଡା ଜିଲ୍ଲା ଧରମବନ୍ଦା ଥାନା ଫକୋଟପଡା ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ କୁ କେନ୍ଦ୍ରକରି ବାପା ର ଟାଙ୍ଗିଆ ଚୋଟ ରେ ପୁଅ ର ମୃତ୍ୟୁ ହେଇଥିବାବେଳେ ଅନ୍ୟପକ୍ଷେ ବାପା ମଧ୍ୟ ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକ ପୁଅର ନାଁ ଶୋଭିତ ରାଉତ ଓ ମୃତକ ବାପା ର ନାଁ ନକୁଲ ରାଉତ ବୋଲି ଜଣାପଡିଛି। ଶୋଭିତ ରାଉତ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ ଗତ କିଛି ଦିନ ହେଲା ବାପ ପୁଅ ମଧ୍ୟରେ କଳହ ଲାଗିଥିଲା। ଆଜି ହଠାତ ପୁଅକୁ ଦେଖି ବାପା ନକୁଲ ରାଉତ ଉତ୍ତେଜିତ ହୋଇ ଟାଙ୍ଗିଆ ଦ୍ବାରା ତାର ମୁଣ୍ଡରେ ପ୍ରହାର କରିଥିଲେ। ପୁଅ ଶୋଭିତ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବାବେଳେ ବାପା ଘର ଭିତରକୁ ଯାଇ ନିଜେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛନ୍ତି। ନୂଆପନା ଥାନା ଏସଡିପିଓ ଧରମବନ୍ଦା କୁ ଯାଇ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।(ରିପୋର୍ଟ:ଶାମ୍ବକୁମାର ସରାଫ)