ଋିପୋର୍ଟ: ଦ୍ରୌପଦୀ ମୁର୍ମୁଙ୍କ ମଳିଲା ଜେଡ୍ ପ୍ଲସ୍ ସୁରକ୍ଷା ।ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ମୁର୍ମୁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ତେବେ ଏହା ପରେ ସେ ନିର୍ବାଚନ ପାଇଁ ଯେଉଁ ଆଡେ ନିର୍ବାଚନ କାର୍ଯ୍ୟରେ ଯିବେ ସେଠାରେ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯିବ ।ସୂଚନାମୁତାବକ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ ମହା-ନିର୍ଦ୍ଦେଶକ ସଂପୃକ୍ତ ବ୍ୟକ୍ତିଙ୍କ କେଉଁ ପ୍ରକାର ସୁରକ୍ଷା ଦିଆଯିବ ସେ ନେଇ ସୁରକ୍ଷା ବ୍ୟବସ୍ଥାର ନିର୍ଦ୍ଧାରଣ କରିଥାନ୍ତି । ସାଧାରତଣତଃ ଏନଏସଜି କମାଣ୍ଡୋ ମାନେ ଜେଡ୍ ପ୍ଲସ୍ ସୁରକ୍ଷା ଦେଇଥାନ୍ତି। ହେଲେ ବର୍ତ୍ତମାନ ସିଆଇଏସ୍ଏଫ ଯବାନମାନେ ମଧ୍ୟ ଏବେ ଜେଡ୍ ପ୍ଲସ୍ ସୁରକ୍ଷା ପାଇଁ ନିୟୋଜିତ ହେଉଛନ୍ତି । ଏହି ଜେଡ୍ ପ୍ଲସ୍ ସୁରକ୍ଷା ପାଇଁ ୩୬ ଜଣ ରୁ ଉର୍ଦ୍ଧ କମାଣ୍ଡୋ ଥିବା ବେଳେ ୧୦ ଜଣ ଏନଏସଜି ସୁରକ୍ଷାରେ ନିୟୋଜିତ ରୁହନ୍ତି । ତେବେ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିବା ବ୍ୟକ୍ତିଙ୍କୁ ବିନା ଅନୁମତିରେ କେହି ଦେଖା କରିପାରିବେ ନାହିଁ । (ରିପୋର୍ଟ:ସୋନାଲି)