ସନଷ୍ଟାର ଟିଭି ବ୍ୟୁରୋ
-
ଦ୍ରୌପଦୀଙ୍କୁ ରେଡ୍ଡୀଙ୍କ ସମର୍ଥନ
-
ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଆନ୍ଧ୍ରମନ୍ତ୍ରୀ
-
ବିଜୟ ମୁହାଁ ଦ୍ରୌପଦୀ
ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଗୁରୁବାର ଦିନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି। ଆଉ ଯଦି ସେ ଜିତନ୍ତି ତେବେ ପ୍ରଥମ ଆଦିବାସୀ ମହିଳା ହେବେ ବୋଲି ସେ କହିଛନ୍ତି।
ସିଏମ୍ ଜଗନ୍ ମୋହନ ସର୍ବଦା ଏସସି, ଏସଟି, ବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ବେଶ ଗୁରୁତ୍ୱ ଦେଇ ଆସନ୍ତି। ଗତ ତିନିବର୍ଷ ମଧ୍ୟରେ, ଜଗନ୍ ଏହି ସମ୍ପ୍ରଦାୟର ଉନ୍ନତି ପାଇଁ ଅଧିକ ପ୍ରାଧ୍ୟାନ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ତେବେ ପୂର୍ବ ନିର୍ଦ୍ଧାରିତ କ୍ୟାବିନେଟ ବୈଠକ ହେତୁ ଶୁକ୍ରବାର ଦିନ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି। ଏହା ବଦଳରେ ରାଜ୍ୟସଭା ସଦସ୍ୟ ତଥା ଦଳର ସଂସଦୀୟ ବ୍ୟାପାର ନେତା ବିଜୟ ସାଇ ରେଡ୍ଡୀ ଏବଂ ଲୋକସଭା ସଦସ୍ୟ ମିଧୁନ ରେଡ୍ଡୀ ଯୋଗଦେବେ ବୋଲି ବିବୃତ୍ତିରେ କୁହାଯାଇଛି।
ଏହାପୂର୍ବରୁ ମୁର୍ମୁ ଗତକାଲି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହାପରେ ସେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଜୁଲାଇ ୧୮ ରେ ନିର୍ବାଚନ ଅନୁଷ୍ଠିତ ହେବ।