ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା ( ଓଏଏସ ) ସ୍ତରରେ ଅଦଳବଦଳ କରାଯାଇଛି । ବୀରସେନ ପ୍ରଧାନଙ୍କୁ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟର ଅତିରିକ୍ତ ବନ୍ଦୋବସ୍ତ ଆୟୁକ୍ତ ଏବଂ ରୋମାଞ୍ଚଳ ଖମାରୀଙ୍କୁ ମାଲକାନଗିରି ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି । ସେହିପରି ଶରତ ଚନ୍ଦ୍ର ମହାପାତ୍ରଙ୍କୁ କଟକ ଅବକାରୀ କାର୍ଯ୍ୟାଳୟର ଯୁଗ୍ମ ଆୟୁକ୍ତ ଏବଂ ଦିଲୀପ କୁମାର ମହାରଣାଙ୍କୁ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଏହାସହିତ ସେ ଷ୍ଟାର୍ଟ – ଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଓଏସଡି ଭାବେ କାର୍ଯ୍ୟ କରିବେ । ଅନୀଲ କୁମାର ସେଠୀଙ୍କୁ ଯାଜପୁର ସବକଲେକ୍ଟର ଏବଂ ପ୍ରଭାତ କୁମାର ସାହୁଙ୍କୁ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗର ଉପସଚିବ ଭାବେ ବଦଳି କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।