ସନଷ୍ଟାର ଟିଭି ବ୍ୟୁରୋ
ପଟାଙ୍ଗି :ପଟାଙ୍ଗି ପୋଲିସ ହାତରେ ବଡ ସଫଳତା। ପଟାଙ୍ଗି ପୋଲିସ ଦ୍ବାରା ୩୦ଲକ୍ଷ ଟଙ୍କାର ଗଂଜେଇ ଜବତ ହୋଇଛି । ତେବେ ଏହି ଗଂଜେଇ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିବାବେଳେ ଏନଏଚ୨୬ରେ ପଟାଙ୍ଗି ନିକଟରେ କାବୁ କାରିଥିଲା ପୋଲିସ ।
ଗାଡି କଣ୍ଟେନରରୁ ଗଂଜେଇ ଜବତ ହେବା ସହିତ ଗୋଟିଏ କାର ଏବଂ ୩ ଜଣଙ୍କୁ ଗିରଫ କରାଯାଇଛି ।ଏହାସହ ପୋଲିସ ୨ଟି ମୋବାଇଲ ଓ ନଗଦ ୨୦୨୦ ଟଙ୍କା ଜବତ କରିଛି । ଗିରଫ ହୋଇଥିବା ୩ଜଣ ଅପରାଧୀଙ୍କ ମଧ୍ୟରେ ୨ ଜଣ ଉତ୍ତର ପ୍ରଦେଶ ଥିବା ବେଳେ ଜଣେ ପଟାଙ୍ଗି ଅଂଚଳର ବୋଲି ସୂଚନା ମିଳିଛି। କୁନ୍ଦୁଳି ଅଂଚଳରୁ ଶୁଙ୍କି ଦେଇ ଯାଉଥିବା ବେଳେ ସେମାନଙ୍କୁ ପୋଲିସ ଧରିଛି। ଏହା ବ୍ୟତୀତ ତଦନ୍ତ ଜାରି ରହିଛି ବୋଲି ସୂଚନାଦେଇଛନ୍ତି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା।(ରିପୋର୍ଟ:ବେଙ୍କଟେଶ ରାଓ)