ଭୁବନେଶ୍ବର; ଶିକ୍ଷା ଓ ଅନୁସନ୍ଧାନ (ଡିଏଡ୍ ଟୁ ବି ୟୁନିଭର୍ସିଟି) ର 7 ଜଣ ଗବେଷକଙ୍କ ନାମ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛି ।ୟୁଏସଏର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଦ୍ୱାରା ବିଶ୍ୱର ଶ୍ରେଷ୍ଠ 2 ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ତାଲିକାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୋଆର ଏହି ୭ ଜଣ ଗବେଷକ ।
ଏହି ଗବେଷକମାନେ ହେଉଛନ୍ତି ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର ଆର୍.ଏନ୍.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ । ଷ୍ଟାନ୍ଫୋର୍ଡ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ତାଲିକା କରାଯାଇଥିଲା । ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ଏହି ଡାଟାବେସ୍ ପ୍ରସ୍ତୁତ କରାଯାଇଥିଲା ।
ସୋଆର ପ୍ରତିଷ୍ଠାତା ଡଃ ମନୋଜରଞନ ନାୟକ ଦେଶ ପାଇଁ ଗୌରବ ଆଣିଥିବା ଏହି ଗବେଷକମାନଙ୍କୁ ଅଭିନ୍ଦନ ଜଣାଇଛନ୍ତି ।