ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ନିଜ ଅନ୍ଦାଜ ପାଇଁ ପ୍ରଶଂସକଙ୍କ ମାନଙ୍କ ପାଖରେ ବହୁତ ଭଲଭାବରେ ପରିଚିତ ଶେହନାଜ୍ ଗିଲ୍। ଚଳଚ୍ଚିତ୍ର, ଟେଲିଭିଜନ୍ ଏବଂ ମ୍ୟୁଜିକ୍ ଭିଡିଓରେ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ପାଇବା ପରେ ଶେହନାଜ୍ ବର୍ତ୍ତମାନ ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି। ନିକଟରେ ବିଗ୍ ବସ୍ ତାରକା ରାମ୍ପରେ ଡେବ୍ୟୁ କରିଥିଲେ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଶେହନାଜ ଏକ ପାରମ୍ପାରିକ ଲାଲ ଏବଂ ସୁନାକାରିଗରି ହୋଇଥିବା ଲେହେଙ୍ଗା ପିନ୍ଧିଥିବାର ଦେଖାଯାଇଛି। ଯେଉଁଥିରେ ଶେହନାଜ ଏକ ସୁନ୍ଦର ଭାରତୀୟ କନ୍ୟା ପରି ଦେଖାଯାଉଛି। ଏବଂ ଭିଡିଓରେ ସେ ଖୁବ ଚମତ୍କାର ଦେଖାଯାଉଛନ୍ତି। ଏହି ଅବସରରେ ଅଭିନେତ୍ରୀ ସ୍ୱର୍ଗତ ସିଦ୍ଧୁ ମୋସେୱାଲାଙ୍କ ଗୀତରେ ଭଙ୍ଗ୍ଡା କରିଥିଲେ।ଭିଡିଓ ସହିତ, ଶେହନାଜ ଗିଲ ମଧ୍ୟ ଘଟଣାର ସବିଶେଷ ତଥ୍ୟ ସେୟାର କରିଛନ୍ତି। ଟାଇମ୍ସ ଫ୍ୟାଶନ ସପ୍ତାହରେ ସୁପର ପ୍ରତିଭାବାନ ଡିଜାଇନର୍ ସାମନ୍ତ ଚୌହାନଙ୍କ ପାଇଁ ରାମ୍ପ ଓ୍ବାର୍କ କରିଥିଲେ। ଅଭିନେତ୍ରୀଙ୍କ ଏହି ପୋଷ୍ଟ ପରେ ପ୍ରଶଂସକ ମାନେ କମେଣ୍ଟରେ ଭରି ଦେଇଛନ୍ତି।