ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ପଡୋଶୀ ଦେଶ ଶ୍ରୀଲଙ୍କା ଆଜିକାଲି ଆର୍ଥିକସଙ୍କଟ ଦେଇ ଗତି କରୁଛି। ୧୯୪୮ରେ ସ୍ବାଧୀନତା ହାସଲ କରିବା ପରଠାରୁ ବର୍ତ୍ତମାନ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମସ୍ତ ସଙ୍କଟ ମଧ୍ୟରେ, ୧୯୯୬ରେ ବିଶ୍ୱକପ ଜିତିଥିବା ଶ୍ରୀଲଙ୍କା ଦଳର ଖେଳାଳିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ ଚା ଏବଂ କେକ ବଣ୍ଟନ କରୁଥିବାର ଦେଖିବାକୁ ମିଳିଛନ୍ତି।ଏହି ଖେଳାଳି ପେଟ୍ରୋଲ ପମ୍ପରେ ଚା ’ବଣ୍ଟନ କରୁଛନ୍ତି।
ଶ୍ରୀଲଙ୍କାରେ କିଛି ସମୟ ପାଇଁ ଖାଦ୍ୟ, ଔଷଧ ଏବଂ ଇନ୍ଧନ ଭଳି ଜରୁରୀ ଜିନିଷର ଘୋର ଅଭାବ ଦେଖାଦେଇଛି। ଲୋକମାନେ ପେଟ୍ରୋଲ ଏବଂ ଡିଜେଲ ପାଇଁ ପେଟ୍ରୋଲ ପମ୍ପରେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଶ୍ରୀଲଙ୍କାର ଦଳର ପୂର୍ବତନ କ୍ରିକେଟର ରୋଶନ ମହାନାମା କଲମ୍ବୋରେ ଥିବା ପେଟ୍ରୋଲ ପମ୍ପରେ ଲମ୍ବା ଧାଡିରେ ଛିଡା ହୋଇଥିବା ଲୋକଙ୍କୁ ଚା ଏବଂ କେକ ବଣ୍ଟନ କରୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଚିତ୍ରଗୁଡ଼ିକ ଭାଇରାଲ ହେବାରେ ଲାଗିଛି।