ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କଥା ଦେଇ କଥା ରଖିଲେ ନାହିଁ ବିଧାୟକ।ଗତ ମାସ ୧୭ ତାରିଖରେ ବିହା ପାଇଁ ନାମ ପଞ୍ଜୀକୃତ କରିଥିଲେ ବିଧାୟକ ଏବଂ ତାଙ୍କର ପ୍ରେମିକା । ତେବେ ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ପ୍ରେମିକା । କହିଛନ୍ତି ଆଜି କୋର୍ଟ ରେ ହାଜିର ହେବାକୁ କୁହାଯାଇଥିଲା। କିନ୍ତୁ ବିଧାୟକ ଆସିଲେ ନାହିଁ। ତାଙ୍କ ପାଇଁ ସେ ବହୁତ ସମୟ ଅପେକ୍ଷା ମଧ୍ୟ କରିଲେ କିନ୍ତୁ ବିଧାୟକ ଉପସ୍ଥିତ ହେଲେ ନାହିଁ। ପ୍ରତିଶୃତି ଦେଇ ତାଙ୍କ ସହିତ ପ୍ରତାରଣା କରିଛନ୍ତି ବୋଲି ପ୍ରେମିକା କହିଛନ୍ତି । ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ସେ କହିଛନ୍ତି ଆଜି ବିବାହ ପଞ୍ଜୀକୃତ ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ଆଜିକୁ ୩୦ ଦିନ ହେଲା ଆହୁରି ୬୦ ଦିନ ବାକି ଅଛି। ଧୋକା ଦେବା କଥାକୁ ଖଣ୍ଡନ କରିଲେ ବିଧାୟକ। ସୂଚନାମୁତାବକ ଗତମାସ ୧୭ରେ ବିଜୟ ଏବଂ ତାଙ୍କର ପ୍ରେମିକା କୋର୍ଟରେ ବିବାହ ପାଇଁ ରେଜିଷ୍ଟ୍ରି କରିଥିଲେ।