ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଆଜି ଅପରାହ୍ନ ସାଢ଼େ ୫ଟାରେ ଲୋକସେବା ଭବନରେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଞ୍ଚମପାଳିର ଦ୍ୱିତୀୟ ଦଫାରେ ଶପଥ ନେଇଥିବା ନୂତନ ମନ୍ତ୍ରୀଗଣଙ୍କୁ ରାଜ୍ୟର ବିକାଶ ପାଇଁ ଗୁରୁମନ୍ତ୍ର ଦିଆଯିବ । ଆଗକୁ ମୌସୁମି ଅଧିବେଶନ ଅଛି । ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ମିଳିବ। ଏହା ସହିତ ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ନୂତନ ମନ୍ତ୍ରୀମଣ୍ଡଳର ଏହି ପ୍ରଥମ ମନ୍ତ୍ରୀପରିଷଦ ବୈଠକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି ।