ସନଷ୍ଟାର ଟିଭି ବ୍ୟୁରୋ
-
ମୋମୋ ନେଲା ଜୀବନ
-
ମୋମୋ ଖାଇବା ଉପରେ ଏମ୍ସ ଡାକ୍ତର ଚେତାବନୀ
-
ମୋମୋକୁ ସଠିକ୍ ଭାବରେ ଚୋବାଇ ଗିଳିବା ଆବଶ୍ୟକ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସସ୍ (AIIMS) ର ଡାକ୍ତରୀ ବିଶେଷଜ୍ଞମାନେ ମୋମୋସ୍ ଖାଇବାକୁ ନେଇ ଚେତାବନୀ ଦେଇଛନ୍ତି। ମୋମୋ ଖାଇବା ଦ୍ବାରା ଆପଣଙ୍କର ଜୀବନ ମଧ୍ୟ ଯାଇପାରେ ବୋଲି କହିଛନ୍ତି ଡାକ୍ତର। ମୋମୋ ଖାଇ ଜଣେ ମୃତ୍ୟୁବରଣ କରିଥିବାର ପ୍ରଥମ ମାମଲା ମଧ୍ୟ ରେକର୍ଡ କରାଯାଇଛି।
ସୂଚନାମୁତାବକ ଜଣେ ୫୦ ବର୍ଷ ବୟସ୍କା ବ୍ୟକ୍ତି ମୋମୋକୁ ଠିକ ଭାବରେ ଚୋବାଇ କରି ନଖାଇକି ଗିଳି ଦେଇଥିଲେ। ଯାହା ଫଳରେ ତାଙ୍କର ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରୀ ପରୀକ୍ଷା ପରେ ଜଣାପଡିଥିଲା ଯେ ଏକ ମୋମୋ ତାଙ୍କ ଶ୍ବାସ ନଳୀରେ ଅଟକି ଯାଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ଦିଲ୍ଲୀ ଏମ୍ସ ଚେତାବନୀ ଦେଇଛନ୍ତି। କହିଛନ୍ତି ଖାଦ୍ୟଖାଇବା ପୂର୍ବରୁ ତାକୁ ଭଲଭାବରେ ସଠିକ୍ ଭାବରେ ଚୋବାଇବା ଉଚିତ୍। ଏବଂ ଖାଦ୍ୟ ଖାଉଥିବା ସମୟରେ ଅନ୍ୟମନସ୍କ ରହିବା ଆଦୌ ଉଚିତ ନୁହେଁ ।