ସନଷ୍ଟାର ଟିଭି ବ୍ୟୁରୋ
-
ମଲ ଖାଇବାରେ ଝିଟିପିଟି
-
ଖାଇବା ପ୍ଲେଟରୁ ମିଳିଲା ଜୀବନ୍ତ ଝିଟିପିଟି
-
ଅଭିଯୋଗ ପରେ ଦୋକାନରେ ଝୁଲିଲା ତାଲା
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଚଣ୍ଡିଗଡ଼ର ଏଲାଣ୍ଟେ ମଲରେ ଥିବା ଜଣାଶୁଣା ସାଗର ରତ୍ନ ଖାଦ୍ୟ କୋର୍ଟରେ ପରସା ଯାଇଥିବା ଏକ ଛୋଲେ ବଟୁରେ ପ୍ଲେଟରେ ଏକ ଜୀବନ୍ତ ଝିଟିପିଟି ମିଳିଥିବା ସୂଚନାମିଳିଛି।ଗୁରିନ୍ଦର ଖେମା ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି। ଏହାସହ ସାଗର ରତ୍ନ , ଖାଦ୍ୟ କୋର୍ଟ, ଚଣ୍ଡିଗଡ଼ର ଏଲେଣ୍ଟେ ମଲ୍ ଠାରେ ଏକ ଭୟଙ୍କର ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି। ସୂଚନମୁତାବକ ଗୁରିନ୍ଦର ସାଗର ରତ୍ନ ରୁ ଛୋଲେ ବଟୁରେ ମଗାଇଥିଲେ। ଖାଇବା ଅଧାରୁ ତାଙ୍କୁ ତାଙ୍କ ଖାଦ୍ୟରେ ଏକ ଝିଟିପିଟି ଦେଖିବାକୁ ମିଳିଥିଲା। ପରେ ସେ ଏହାକୁ ନେଇ ଅଭିଯୋଗ କରିଥିଲେ। ଖାଦ୍ୟବିଭାଗ ଅଧିକାରୀ ମାନେ ଆସି ଦୋକାନକୁ ସିଜ ମଧ୍ୟ କରିଥିଲେ।
ଶ୍ରୀ ଖେମା ନିଜ ଟ୍ୱିଟରରେ ତାଙ୍କ ଖାଦ୍ୟ ଥାଳିର ଏକ ଫଟୋ ସେୟାର କରିବାବେଳେ ଏହା ଉପରେ ଝିଟିପିଟି ସ୍ପଷ୍ଟ ଭାବରେ ଦେଖାଯାଉଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ପୂର୍ବରୁ ଚଣ୍ଡିଗଡ଼ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ପରେ ଏହା ଉପରେ ଜୋରଦାର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଲା। ମଲ କୁ ବହୁ ସଂଖ୍ୟାରେ ଲୋକେ ଆସୁଥିବା ବେଳେ ଲୋକମାନଙ୍କୁ ଉତ୍ତମ ଖାଦ୍ୟ ଯୋଗାଇବା ଆବଶ୍ୟକ ଏବଂ ଏଭଳି ନିମ୍ନ ମାନର କାର୍ଯ୍ୟକୁ କିପରି ବନ୍ଦ କରାଯିବ ତାହା ଉପରେ ଧ୍ୟାନ ଦେବାକୁ ଜନସାଧାରଣ ନିବେଦନ କରିଥିଲା। ବର୍ତ୍ତମାନ ବହୁ ପ୍ରକାରର ରୋଗ ଆମ ମାନଙ୍କୁ ଘେରି ରହିଥିବା ବେଳେ ଖାଦ୍ୟ ପାନୀୟ ଆଦି ଉପରେ ଜନ ସାଧାରଣ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି।