ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶା ସରକାରଙ୍କର ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ଅଧୀନରେ ଥିବା ଗଣ୍ଡମୁଣ୍ଡା , ଭୁବନେଶ୍ବରସ୍ଥ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିସରରେ ୧୪ ଏବଂ ୧୫ ଜୁନ ଦୁଇ ଦିନ ଧରି ରଜ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ର ମୁଖ୍ୟ ଲକ୍ଷ ଥିଲା- ଓଡିଶା ର କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିବା ସହିତ ରଜ ଉତ୍ସବ କୁ ପାଳନ କରିବା । ତେବେ ଏହି ପେରିପ୍ରେକ୍ଷୀରେ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ହସ୍ତକଳା କର୍ମ ଶାଳା , ଜାତୀୟ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା ଏବଂ ଏଥିରେ ୨୦ଜଣ ଉତ୍ସାହୀ ଦର୍ଶକ ଅଂଶ ଗ୍ରହଣ କରିଥିଲେ । ରଜ ଉପଲକ୍ଷେ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା କଳାଭୂମି ପରିସରରେ ବିଭିନ୍ନ ହସ୍ତକଳା ସାମଗ୍ରୀ ତଥା ପ୍ରସ୍ତର , କାଠ , ମୃତ୍ତିକା ଓ ଡିଜାଇନ ଡେଭେଲପମେନ୍ଟ ସାମଗ୍ରୀ ଇତ୍ୟାଦିକୁ ନେଇ ଏକ କ୍ରାଫ୍ଟ ବଜାରର ଆୟୋଜନ କରାଯାଇଥିଲା । ରଜ ଉପଲକ୍ଷେ , କଳାଭୂମିର ପରିସରରେ ଓଡିଶାର ବିଭିନ୍ନ ପାରମ୍ପରିକ ପିଠା ପଣା , ଓ ରଜ ପାନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କଳାଭୂମି ରେ ଦର୍ଶକ ମାନଙ୍କ ଉପଲକ୍ଷେ ରଜ ଦୋଳି ର ବ୍ୟବସ୍ଥା ମଧ୍ୟ ହୋଇଥିଲା ।