ସନଷ୍ଟାର ଟିଭି ବ୍ୟୁରୋ
ଉଦଳା :ଘର ବାରଣ୍ଡାରେ ବସିଥିଲେ, ହେଲା ବଜ୍ରାଘାତ । ବଜ୍ରାଘାତରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଚାଲିଯାଇଛି ନାବାଳିକାର ପ୍ରାଣ । ଏଭଳି ଘଟଣା ଘଟିଛି ଶରତ ଥାନା କଟୁରିଆ ଗ୍ରାମରେ । କଟୁରିଆ ଗ୍ରାମର ଗୁମି ମୁର୍ମୁ ଗତକାଲି ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । ହଠାତ୍ ବର୍ଷା ହେବା ସହିତ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ଗୁମି ଗୁରୁତର ହୋଇ ପଡିବା ପରେ ପରିବାର ଲୋକେ ପ୍ରଥମେ ଶରତ ଡାକ୍ତରଖାନାକୁ ନେଇଥିବା ବେଳେ ପରେ ଉଦଳା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ହେଲେ ଉଦଳା ଡାକ୍ତରଖାନାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଜଣାପଡିବା ପରେ ଶରତ ପୋଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।(ରିପୋର୍ଟ: ଆଲୋକ କୁମାର ଵେହେରା)