ସନଷ୍ଟାର ଟିଭି ବ୍ୟୁରୋ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ। ଏହା ସହିତ ତାଙ୍କର ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ କାମ କରୁନାହିଁ। ତେଣୁ ମେଡିକାଲର କର୍ତ୍ତୃପକ୍ଷ ପରିବାର ବର୍ଗକୁ ସୂଚନା ଦେଇଛନ୍ତି। ତାଙ୍କୁ ଶୁକ୍ରବାର ଦିନ ଦୁବାଇର ଏକ ଆମେରିକୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ସେ ଗୁରୁତର ହୋଇ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ଏକ ଟିଭି ରିପୋର୍ଟରେ ଦର୍ଶାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଦୁବାଇର ଏକ ଆମେରିକୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ କିଛି ନ୍ୟୁଜ ଚାନେଲରେ ତାଙ୍କର ମୃତ୍ୟୁକୁ ନେଇ ଭୁଲ ଖବର ପ୍ରସାରଣ କରାଯାଉଥିବାରୁ ଏହି ଖବର ମିଥ୍ୟା ବୋଲି କହିଛନ୍ତି ପରଭେଜଙ୍କ ପରିବାର ବର୍ଗ।