ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ପୁଣି ଆଉ ଏକ ମାମଲା ରୁଜୁ କଲେ ବର୍ଷା । ଅନୁଭବ-ବର୍ଷା ଭିତରେ ବିବାଦ ଥମିବାର ନାଁ ନେଉନି । ଏପଟେ କିଛି ଦିନ ହେବ ଅନୁଭବଙ୍କ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବର୍ଷାଙ୍କୁ । ହେଲେ ଏଥି ପାଇଁ ୨ ମାସ ଅବଧି ମଧ୍ୟ ଦେଇଥିଲେ ।ଏହା ସହ ଉଭୟଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ କୋର୍ଟ । ଦୁଇ ଜଣଙ୍କୁ ସୋସିଆଲ ମିଡିଆରେ କୌଣସି ବି ପୋଷ୍ଟ କିମ୍ବା ଭିଡିଓକୁ ସେୟାର କରିବାକୁ ରୋକ ଲଗାଇଥିଲେ କୋର୍ଟ । ହେଲେ ଏହା ପରେ ବି ଅନୁଭବ ଏକ ଭିଡିଓ ନିଜ ୟ୍ୟୁଟୁବ ରେ ସେୟାରେ କରିଥିଲେ । ସେହି ଭିଡିଓରେ ଅନୁଭବ କଛି ଏମିତି କଥା କହିଥିଲେ । ମୋର ଶେଷ ଇଚ୍ଛା.. ମୁଁ ବଞ୍ଚିବାକୁ ଚାହେଁ । ମୁଁ ମରିଯାଇଥିବା ମଣିଷଟେ .. ଆଉ ମରିବାକୁ ଡର ନାହିଁ । ମୁଁ ବହୁତ ବୋଝ ନେଲେଣି ଆଉ ଡର ନାହିଁ । ସୂଚନାମୁତବକ; ଏହି ସବୁ କଥାକୁ ନେଇ ବର୍ତ୍ତମାନ ବର୍ଷା ଆଉ ଏକ ମାମଲା ର୍କୋଟରେ ରୁଜୁ କରିଛନ୍ତି । ଏସବୁ କଥା ତାଙ୍କ ସାମାଜିକ ପ୍ରତିଛବିକୁ ଖରାପ କରୁଛି ବୋଲି କହିଛନ୍ତି ବର୍ଷା । ତେବେ ଏହି ବିବାଦ କେବେ ଥମିବ ଏହାକୁ ଅପେକ୍ଷା । (ରିପୋର୍ଟ:ସୋନାଲି)