ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ୧୨ ତାରଖରେ କଟକ ବାରବାଟୀରେ ହେବାକୁ ଯାଉଛି ଇଣ୍ଡିଆ ଆଉ ଦକ୍ଷିଣ ଆଫ୍ରିକା ର ଟି-୨୦ ମ୍ୟାଚ। ତେବେ ଏହା ପାଇଁ ଆଜି ଭୁବନେଶ୍ବରରେ ଆସି ପହଞ୍ଚିଲେ ଦୁଇ ଦଳର ଖେଳାଳୀ। ଭୁବନେଶ୍ବରସ୍ଥିତ ମେ ଫେୟାର ହୋଟେଲରେ ଆସ ପହଞ୍ଚିଛନ୍ତି ଦୁଇ ଦଳର ସମସ୍ତ ଖେଳାଳୀ ଏବଂ କୋଚ। ଖେଳାଳୀ ମାନେ ଆସିବା ପାଇଁ ବ୍ୟାପକ ବନ୍ଦୋବସ୍ଥ ମଧ୍ୟ କରାଯାଇଛି। ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ବ୍ୟାରିଗେଟ ମଧ୍ୟ ଲଗାଯାଇଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ମଧ୍ୟକରାଯାଇଛି। ସେପଟେ ବାରବାଟୀ ରେ ହେବାକୁ ଥିବା ମ୍ୟାଚ ପୂର୍ବରୁ ଷ୍ଟାଡିୟମ ଯାଇଁ ସ୍ଥିତି ପରିଖିଛନ୍ତି ପୋଲିସ ଡିଜିପି ଏବଂ ସିପି। ଆଇଶୃଙ୍ଖଳା, ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ସହ କଥାବର୍ତ୍ତା ହୋଇଛନ୍ତି।
କ’ଣ ଖାଇବେ ଖେଳାଳୀ?
ରହଣୀ ପାଇଁ ଖେଳାଳୀ ମାନଙ୍କୁ ମେ ଫେୟାର ହୋଟେଲ ନିଆଯାଇଛି। ସେଠାରେ ଖେଳାଳୀ ମାନଙ୍କୁ ଓଡିଆ ସୁସ୍ବାଦୁ ଖାଦ୍ୟ ପରସା ଯିବ। ଏଥିରେ କାକରା, ମଣ୍ଡା, ଛେନା ପୋଡ, ଚକୁଳି ଆଦି ଦିଆଯିବ। ସକାଳ ଜଳଖିଆରେ ସାଉଥଇଣ୍ଡିଆନ ଖାଦ୍ୟ ଯଥା ଦୋସା,ଇଡଲି, ଉତପମ ମଧ୍ୟ ସାମିଲ ଅଛି। ମିଠାରେ ତାଙ୍କୁ ସୁଗାର ଫ୍ରି ମିଠା ଦିଆଯିବ, ଏହାସହିତ ଜୁସ ଏବଂ ସାଲାଡ, ଡ୍ରାଏ ଫ୍ରୁଟ ମଧ୍ୟ ସାମିଲ ଅଛି । ସେହିଭଳି ଲଞ୍ଚରେ କାନିକା ରାଇସ,ବାସୁମତି ଚାଉଳ, ଆମ୍ବଆଚାର,ହନି ଚିକେନ , ତନ୍ଦୁରୀ ମାଂସ, ଗ୍ରୀଲ୍ଡ ମାଛ, ଡାଲମା, ରୁଟି,ମଟନ ମରି, ଚିଙ୍ଗୁଡି, ପାମ୍ପଲେଟ ମାଛ,ତଡକା, ଆମେରିକାନ ଚପସି ରହିବ। ସେହିଭଳି ଡିନରରେ ସିଝା ଅଣ୍ଡା, ଚିକେନ, ଗ୍ରିଲ୍ଡ ଚିକେନ ମଧ୍ୟ ସାମିଲ ରହିଛି।