ନୂଆଦିଲ୍ଲୀ:ଡହଡହ ଖରାରେ ଜଳୁଛି ସହର । ଖରାର ପ୍ରକୋପରେ ଉତ୍ତପ୍ତ ଛାତ । ଆଉ ସେହି ଛାତ ଉପରେ ହାତ ଗୋଡ ବନ୍ଧା ହୋଇ ପଡିଛି ଗୋଟେ କୁନି ଝିଅଟିଏ । ହାତ ଗୋଡ ବନ୍ଧା ହୋଇ ପଡିଥିବା ଛୋଟ ଝିଅଟିର କରୁଣ ଚିତ୍କାର ଶୁଣିଲେ ଛାତି ଫାଟିଯାଉଛି ।ତେବେ ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ଏଭଳି କିଏ ଏବଂ କାହିଁକି କରିଛି ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କୁନି ଝିଅଟିକୁ ଏଭଳି ଅବସ୍ଥାରେ ପକାଇଛନ୍ତି ତାର ନିଜ ମାଆ । ତେବେ କେହି ଜଣେ ଅଜଣା ବ୍ୟକ୍ତି କୁନି ଝିଅଟିର ଭିଡିଓ କରି ଛାଡିଥିଲା । ପରେ ଏହି ଭିଡିଓଟି ପୋଲିସ ନଜରକୁ ଆସିବା ଦ୍ୱାରା ଘଟଣା ତଦନ୍ତ ଆରମ୍ଭ ହୋଇଥିଲା । ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିବାରୁ ପିଲାଟିର ମାଆ ଏଭଳି କରିଥିବା ଜଣାପଡିଛି । ସେ କହିଥିଲେ ଝିଅ ଘରେ ପାଠ ପଢୁନଥିବା ହେତୁ ତାକୁ ଏଭଳି ଦଣ୍ଡ ଦିଆଯାଇଥିଲା । ସୂଚନାମୁତାବକ, କୁନି ଝିଅଟିକୁ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଉତ୍ତପ୍ତ ଖରାରେ ରଖାଯାଇଥିଲା । ତେବେ ଏଭଳି ଘଟଣା ଘଟିଛି ଦିଲ୍ଲୀର ଖଜୁରିଖାସ ଅଞ୍ଚଳର ଟୁୁକୁନି ପୁର ଗଳି ନମ୍ବର ୨ ରେ । ଏହି କିଛି ଦିନ ହେବ ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି । ଏତେ ଖରାରେ ବଡ ଲୋକ ମଧ୍ୟ ବହାରକୁ ବାହାରିବା କଷ୍ଟକର । ଏଭଳି ଖରାରେ କୋଉ ମାଆ ତାର ପିଲାକୁ ଏଭଳି ଦଣ୍ଡ ଦିଏ । ଆହୁରି ବହୁତ ଉପାୟରେ ପିଲାଙ୍କୁ ବୁଝାଇ ସୁଝାଇ ପାଠ ପଢାଇ ହେବ । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ଏଭଳି ନିମ୍ନ ଧରଣର ଚିନ୍ତାଧାରା ରଖୁଥିବା ଅଭିଭାବକ ନିଜର ଚିନ୍ତା ଧାରା ବଦଳାଇବା ଆବଶ୍ୟକ.. (ରିପୋର୍ଟ:ସୋନାଲି)