ନୂଆଦିଲ୍ଲୀ: ପୁଣି ଆସିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)ର ନୂଆ ଗାଇଡଲାଇନ । ଗ୍ରାହାଙ୍କ ପାଇଁ ଆଣିଲା ଖୁସି ଖବର ।ଏଣିକି କ୍ରେଡିଟ୍ କାର୍ଡରୁ UPIଦ୍ୱାରା ପେମେଣ୍ଟ କରିପାରିବେ ଗ୍ରାହାକ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ କ୍ରେଡିଟ୍ କାର୍ଡରୁ UPI ପେମେଣ୍ଟ୍ ସୁବିଧା ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଛି । ତେବେ କ୍ରେଡିଟ୍ କାର୍ଡକୁ ସ୍ୱାଇପ୍ ନକରି ଏଣିକି ପେମେଣ୍ଟ୍ କରାଯାଇପାରିବ ।ସୁଚନାଥାଉକି; ଏହା ପୂର୍ବରୁ ଆପଣଙ୍କୁ କ୍ରେଡିଟ୍ କାର୍ଡକୁ UPIସହ ଲିଙ୍କ୍ କରିବା ଆବଶ୍ୟକ । ଏହା ପରେ QR କୋର୍ଡ ସ୍କାନ କରି ପେମେଣ୍ଟ କରିପାରିବେ ।ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ମାଧ୍ୟମରେ ବାରମ୍ବାର ଦେୟ ଉପରେ ଅଟୋଡେବିଟ ମାଣ୍ଡେଟ୍ ସୀମା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏଣିକି UPI ପେମେଣ୍ଟ ନୁହେଁ ସବ୍ସ୍କ୍ରିପସନ୍ ପେମେଣ୍ଟ୍କୁ ମଧ୍ୟ ଆର୍ବିଆଇ ଆହୁରି ସରଳ କରିଛି । ଏହା ସହିତ ପୂର୍ବରୁ ଏଭଳି ଟ୍ରାଞ୍ଜାକ୍ସନ ପାଇଁ ଏକ ଲିମିଟି ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ଏହି ଲିମିଟ୍କୁ ଏବେ ୩ ଗୁଣା ବୃଦ୍ଧି କରାଯାଇଛି । ଆଗରୁ ଏହା ୫ ହଜରା ଥିଲା ବର୍ତ୍ତମାନ E-Mandate ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ ।ବିନା OTPରେ ବର୍ତ୍ତମାନ ଗ୍ରାହାକ ସେମାନଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ୧୫ ହଜରା ଟଙ୍କା ପର୍ଯ୍ୟନ୍ତ ପେମଣ୍ଟ କରି ପାରିବେ ।(ରିପୋର୍ଟ: ସୋନାଲି)