ମୁମ୍ବାଇ: ଜନ୍ମଦିନ ଅବସରରେ ହ୍ୟୁମର ବୟଫ୍ରେଣ୍ଡଙ୍କ ସହ ଥିବା ସମ୍ପର୍କକୁ ଅଫିସିଆଲ କଲେ ସୋନାକ୍ଷୀ ସିହ୍ନା । ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ କିଛି ସମୟ ପାଇଁ ଡେଟିଂ କରିଥିଲେ । ନିକଟରେ ଦୁଇଜଣ ତାଙ୍କ ଭିତରେ ଥିବା ସର୍ମ୍ପକକୁ ଇନଷ୍ଟାଗ୍ରାମରେ ଅଫିସିଆଲ କରିଛନ୍ତି । ଜହିର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ଲେଡି ଲଭ ପାଇଁ କିଛି ହୃଦୟସ୍ୱର୍ଶୀ ଶବ୍ଦ ଲେଖିବା ସହ ସୋନାକ୍ଷୀଙ୍କ ପ୍ରତି ଥିବା ଭଲପାଇବା ମଧ୍ୟ ପ୍ରକାଶ କରିଛନ୍ତ୍ି । ଏହାର ଜବାବରେ ସୋନାକ୍ଷୀ ମଧ୍ୟ ଜହିରଙ୍କ ପ୍ରତି ଥିବା ପ୍ରେମକୁ ସ୍ୱକାର କରିଥିଲେ । ତେବେ ସୋସିଆଲ ମିଡିଆରେ ପୋଷ୍ଟ କରି ଜହିର ଲେଖିଛନ୍ତି ଯେ ଜନ୍ମ ଦିନର ଶୁଭେଚ୍ଛା… ମୋତେ ହତ୍ୟା ନ କରିବା ପାଇଁ ଧନ୍ୟବାଦ । ମୁଁ ତୁମକୁ ଭଲପାଏ । ଏଠାରେ ଅନେକ ଖାଦ୍ୟ, ପ୍ରେମ, ଉଡାଣ ଏବଂ ହସ ରହିଛି । ଏହାର ଜବାବରେ ସୋନାକ୍ଷୀ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟାରେ ସୋନାକ୍ଷୀ ଲେଖିଛନ୍ତି ଧନ୍ୟବାଦ.. ଲଭୟୁ… ମୁଁ ଏବେ ଅସୁଛି ତୁମକୁ ମାରିବା ପାଇଁ । ସୂଚନାମୁତାବକ, ଦୁଇଜଣ ବହୁ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହେଲେ ଏହା କେବେ ହେବ ଏ ନେଇ କୌଣସି ତାରିଖ ସାମ୍ନାକୁ ଆସିନାହିଁ (ରିପୋର୍ଟ:ସୋନାଲି)