ସନଷ୍ଟାର ଟିଭି ବ୍ୟୁରୋ ;
ପୁରୀ: ଭିକ୍ଷା କରିବା ସହ ଜୋତା ପଲିସ୍ କରିଲେ । ୨ ଲକ୍ଷ ଜୋରିମାନା ଭରିବେ ଅନେଦନକାରୀ । ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ବିବାଦ ଘେରରେ ପୁରୀ ଶ୍ରୀମନ୍ଦିର । ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଲା । ହେଲେ ମିଳିଲାନି ସନ୍ତୋଷ ଜନକ ନ୍ୟାୟ । ଏଭଳି କିଛି ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ସେନା । ବେଆଇନି ଭାବେ ପୁରୀରେ କାମ ଜାରି ରହିଥିଲା । ଏ ନେଇ ସୁପ୍ରିମ କୋର୍ଟରେ ପିଟିସନ ମଧ୍ୟ ଦଖଲ କରାଯାଇଥିଲା । ହେଲେ କୋର୍ଟ ଏହି ମାମାଲା କୁ ଭିତ୍ତିହୀନ ଦର୍ଶାଇବା ସହ କୋର୍ଟର ବହୁ ମୂଲ୍ୟ ସମୟ ନଷ୍ଟ କରିଥିବା ଯୋଗୁଁ ଉଭୟ ଆବେଦନକାରୀଙ୍କ ଉପରେ ଦୁଇଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି ।ସୂଚନାମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତମାନଙ୍କ ହିତ ପାଇଁ କରାଯାଉଛି ବୋଲି ରାୟ ଦେଇ ସୁପ୍ରିମକୋର୍ଟ ଏହି ମାମଲାକୁ ରଦ୍ଦ କରିଛନ୍ତି । ତେବେ ଲଗାଯାଇଥିବା ଜୋରିମାନାକୁ ଭିକ୍ଷା ଏବଂ ଜୋତା ପଲିସ୍ କରି ଆଦାୟ କରାଯିବ । ଏହା ସହ ପ୍ରତ୍ୟେକ ଜୋତା ପଲିସ୍ ପାଇଁ ୧ ଟଙ୍କା ଏବଂ ଜଣେ ବ୍ୟକ୍ତି ପାଖରୁ ୧ ଟଙ୍କା ଭିକ୍ଷା କରଯିବା ବୋଲି କହିଛନ୍ତି ଜଗନ୍ନାଥ ସେନାର ପ୍ରିୟଦର୍ଶନ ପଟ୍ଟନାୟକ ।(ରିପୋଟ:ସୋନାଲି)