ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ନୂଆ ରୂପରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳ। ସେଥିପାଇଁ ଆଜି ନବୀନଙ୍କର କ୍ୟାବିନେଟ ରୁ ସବୁ ମନ୍ତ୍ରୀ ମାନେ ଇସ୍ତଫା ଦେଇଛନ୍ତି। ତେବେ ମନ୍ତ୍ରୀ ମଣ୍ଡଳ ନବକଳେବର ହେବାକୁ ଥିବା ବେଳେ ଏଥିରେ ବହୁ ନୂତନ ଏବଂ ଯୁବ ଚେହେରାଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ତେବେ ଏହି ନୂତନ ମନ୍ତ୍ରୀ ତାଲିକାରେ ଡେଲାଙ୍ଗ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଯାହା ଶୁଣିବାକୁ ମିଳୁଛି ତାଙ୍କୁ ମନ୍ତ୍ରୀ ପଦ ମିଳିପାରେ। ତେବେ ବିଧାୟକ ହେବା ପରେ ରୁଦ୍ରଙ୍କର କାର୍ଯ୍ୟ ତତ୍ପରତା ଏବଂ ନିଷ୍ଠାପରତା କୁ ଦେଖି ତାଙ୍କୁ ଏହି ମନ୍ତ୍ରୀପଦ ମିଳିପାରେ ବୋଲି ଆଶା କରାଯାଉଛି। ତେବେ ଏନେଇ ତାଙ୍କୁ ନବୀନ ନିବାସରୁ ମଧ୍ୟ କଲ କରାଯାଇଛି। ତେବେ ରୁଦ୍ର ମହାରଥୀ ମଧ୍ୟ ଏହି ନବ ମନ୍ତ୍ରୀ ତାଲିକାରେ ସାମିଲ ଅଛନ୍ତି କାରଣ ରୁଦ୍ର ମହାରଥୀଙ୍କର କାର୍ଯ୍ୟ ଦକ୍ଷତା ଭଲ ରହିଛି। ଏହାସହ ସେ କୌଣସି ଘୋଟଲା ରେ ମଧ୍ୟ ସେ ସାମିଲ ନାହାନ୍ତି। ଏହା ବ୍ୟତୀତ ତାଙ୍କର କୌଣସି ବିବାଦୀୟ ବ୍ୟାକଗ୍ରାଉଣ୍ଡ ନଥିବା ବେଳେ ଆଶା କରାଯାଉଛି ରୁଦ୍ରଙ୍କୁ ମନ୍ତ୍ରୀପଦ ମିଳିପାରେ।