ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଗୁଜରାଟର କଂଗ୍ରେସର ବରିଷ୍ଠ ନେତା ଭାରତସିନ୍ ସୋଲାଙ୍କି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କ ପତ୍ନୀ ତାଙ୍କୁ ଖରାପ ବ୍ୟବ୍ରାର କରୁଥିବାର ଦେଖିବାକୁ ମିଳିଛି। ଏଥିପାଇଁ ସେ ତାଙ୍କ ପତ୍ନୀ ରେଶମା ପଟେଲଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି। ସେ ୧୯୯୯ରେ ରେଶମା ଙ୍କୁ ବିବାହ କରିଥିଲେ। ଆମେ ବହୁ ବର୍ଷ ଧରି ଏକାଠି ରହିନାହୁଁ। ମୁଁ ଛାଡପତ୍ର ମାଗୁଛି କାରଣ ସେ ମୋର ସମ୍ପତ୍ତି ଛଡ଼ାଇ ନେବାକୁ ଅତୀତରେ ଚେଷ୍ଟା କରିଥିଲେ। ତାଙ୍କ ଛାଡପତ୍ର ଆବେଦନ ଜୁନ୍ ୧୫ ରେ ଶୁଣାଣି ହେବ ବୋଲି କଂଗ୍ରେସ ନେତା କହିଛନ୍ତି । ସେ ଏହାମଧ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ତାଙ୍କ ଜୀବନ ନେବାକୁ ଜଣେ ଏକ୍ସୋର୍ସିଷ୍ଟଙ୍କ ସହ ଯୋଗାଯୋଗ କରିଥିଲେ।
ଗତ କିଛି ଦିନ ତଳେ ତାଙ୍କ ପତ୍ନୀ ରେଶମା ପଟେଲଙ୍କ ଦ୍ୱାରା ଭରତ ସୋଲାଙ୍କିଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି। ଜୁନ୍ ୧ରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଠାରେ ରେଶମା ପଟେଲ ଏକ ଘରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା ଯେଉଁଠାରେ ସୋଲାନକିଙ୍କ ସହ ଜଣେ ମହିଳା ବସିଥିବାର ଦେଖିବାକୁ ମିଳିଥିଲା। ରେଶମା ପଟେଲ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ।
ତେବେ ଏହି ବିବାଦରେ ସୋଲାଙ୍କ ପତ୍ନୀ କହିଛନ୍ତି ରେଶମା ପଟେଲ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ହାତ ମିଳାଇ ତାଙ୍କ ଚରିତ୍ର ନଷ୍ଟ କରିବାକୁ ଚାହୁଁଛନ୍ତି । ସେ ଏହା ଅଭିଯୋଗ କରିଛନ୍ତି ଆଗାମୀ (ରାଜ୍ୟ) ମତଦାନରେ ଯେଉଁମାନେ ମୋତେ ଏବଂ କଂଗ୍ରେସକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି ସେମାନଙ୍କର ଏହା ଏକ ଷଢ଼ଯନ୍ତ୍ର। ସେମାନେ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି।
ବର୍ତ୍ତମାନ ସେ କହିଛନ୍ତି, ମୁଁ କିଛି ମାସ ଧରି ସକ୍ରିୟ ରାଜନୀତିରୁ ବିରତି ନେବାକୁ ନିଷ୍ପତ୍ତି ନେଇଛି ଏବଂ ସାମାଜିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବି। ଏହି ସମୟ ମଧ୍ୟରେ ମୁଁ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଏବଂ ଅନ୍ୟ ପଛୁଆ ସମ୍ପ୍ରଦାୟର ଲୋକଙ୍କୁ ଭେଟିବାରେ ଅଧିକ ସମୟ ଦେବି।