ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ଦକ୍ଷିଣ କୋରିଆର କେ-ପପ୍ ସେନ୍ସେସ୍ ବିଟିଏସ୍ ମଙ୍ଗଳବାର ଦିନ ହ୍ବାଇଟହାଉସରେ ପହଞ୍ଚି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ବହୁ ଲୋକପ୍ରିୟ ବୟ ବ୍ୟାଣ୍ଡ ବିଟିଏସ୍ ର ୭ଜଣ ସଦସ୍ୟ ଏହି ସାକ୍ଷତକାରରେ ଯୋଗ ଦେଇଥିଲେ। ସମସ୍ତେ କଳା ରଙ୍ଗର ସୁଟ୍ ରେ ନଜର ଆସିଥିଲେ। ଏହାପରେ ସେମାନେ ଏକ ପ୍ରକୋଷ୍ଠରେ ଯୋଗ ଦେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଥିଲେ।ବିଟିଏସ ସଦସ୍ୟଙ୍କ ଗୋଟିଏ ଝଲକ ଦେଖିବା ପାଇଁ ହ୍ବାଇଟ ହାଉସ ବାହାରେ ବହୁତ ଭିଡ ଜମିଥିଲା।

ଯୁକ୍ତରାଷ୍ଟ୍ରରେ ଏସୀୟ ବିରୋଧୀ ଭାବନା ଏବଂ ଏସିଆନମାନଙ୍କୁ ଟାର୍ଗେଟ କରୁଥିବା ଅପରାଧ କୋଭିଡ -୧୯ ମହାମାରୀ ଆରମ୍ଭ ହେବା ଦିନଠାରୁ ବୃଦ୍ଧି ପାଇବାରେ ଲାଗିଛି ବୋଲି ବିଟିଏସ ସଦସ୍ୟ ପାକ ଜିମିନ କହିଛନ୍ତି। ଅନ୍ୟ ଜଣେ ବିଟିଏସ୍ ସଦସ୍ୟ ସୁଗା କହିଛନ୍ତି, ଅଲଗା ହେବା ଭୁଲ୍ ନୁହେଁ, ମୁଁ ଭାବୁଛି ସମାନତା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଆମେ ଆମର ସମସ୍ତ ପାର୍ଥକ୍ୟକୁ ପ୍ରକାଶ କରିବା ସହିତ ଗ୍ରହଣ ମଧ୍ୟ କରିଥାଉ।

ହ୍ବାଇଟ ହାଉସ ସୂଚନା ଅନୁଯାୟୀ, ବାଇଡେନ ବିଟିଏସକୁ ଆମନ୍ତ୍ରଣ କରିଥିଲେ। ଏକତା, ଏସୀୟ ଅନ୍ତର୍ଭୂକ୍ତିକରଣ ଏବଂ ପ୍ରତିନିଧିତ୍ୱରେ ଏକାଠି ହେବା ଆବଶ୍ୟକ ଏବଂ ଏସୀୟ ବିରୋଧୀ ଘୃଣ୍ୟ ଅପରାଧ ତଥା ଭେଦଭାବକୁ ସମାଧାନ କରିବା ବିଷୟରେ ଆଲୋଚନା କରିବା ପାଇଁ ଏହି ସାକ୍ଷାତକାରର ଆୟୋଜନ କରାଯାଇଥିଲା। ଯାହାକି ନିକଟ ଅତୀତରେ ଅଧିକ ଗୁରୁତ୍ବପୂର୍ଣ ବିଷୟ ପାଲଟିଛି। କରୋନା ଭାଇରସସୂଚନାମୁତାବକ କରୋନାଭାଇରସ୍ ମହାମାରୀ ଏସିଆ-ବିରୋଧୀ ମନୋଭାବର ବୃଦ୍ଧିର ଏକ ମୁଖ୍ୟକାରଣ ପାଲଟିଥିଲା।