ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:୨୦୨୪ ନିର୍ବାଚନ ପାଇଁ କେତେ ଚେଷ୍ଟା କରିବ। ଯେତେ ଚେଷ୍ଟା କରିଲେ ମଧ୍ୟ ବିଜୟ ସମ୍ଭବ ନୁହେଁ। ନୋ ଏଣ୍ଟ୍ରି ମାନେ ନୋ ଏଣ୍ଟ୍ରି ତୁମେ ଚାହିଁଲେ ବି ପ୍ରବେଶ କରିପାରିବ ନାହିଁ। ଆଜି ଠାରୁ ଲୋକମାନେ ୨୦୨୪ ବିଜେପି ପାଇଁ ନୋ ଏଣ୍ଡ୍ରି ବୋଲି କିଛି ଏପରି କଥା କହିଛନ୍ତି ମମତା ବାନାର୍ଜୀ। ଏହାସହ ସେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ମୋଦୀ ସରକାର ହେଉଛି ଭେଜାଲ ସରକାର। ୮ବର୍ଷ ହେଲାଣି ଏହି ସରକାର କେବଳ ଲୋକ ମାନଙ୍କୁ ଠକୁଛି। ଲୋକମାନଙ୍କୁ ପ୍ରତାରଣା ଦେଉଛି।
ଏକ କାର୍ଯ୍ୟାନୁଷ୍ଠାନରେ ଯୋଗ ଦେଇ ମମତା ବାନାର୍ଜୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ଏହାସହିତ ବଙ୍ଗଳା ମୁଖ୍ୟମନ୍ତ୍ରୀ ପୁଣିଥରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଅପବ୍ୟବହାର ଅଭିଯୋଗ କରିଛନ୍ତି।କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ବିରୋଧୀ ଦଳକୁ ନୀରବ କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି ମମତା କହିଛନ୍ତି ।
ମୁଁ କାହାକୁ ଭୟ କରେ ନାହିଁ ଏବଂ ଯେତେବେଳେ ଲୋକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ଆସେ, ମୁଁ ମୋର ସମସ୍ତ ଶକ୍ତି ସହିତ ଲଢ଼ିବି। ଆଉ ୨୦୨୪ ନିର୍ବାଚନରେ ବିଜେପିକୁ କୌଣସି ଏଣ୍ଟ୍ରି ମିଳିବ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତ।