ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଖୁବ ଶୀଘ୍ର ବିଜେପିର କୌଣସି ମୁସଲମାନ ସାଂସଦ ରହିବେ ନାହିଁ। ଶାସକ ଦଳର ରାଜ୍ୟସଭାରେ ତିନିଜଣ ସାଂସଦ ଅଛନ୍ତି ଏବଂ ନିମ୍ନ ଗୃହରେ କେହି ନାହାଁନ୍ତି। ପ୍ରକାଶ ଥାଉକି, ତିନିଟି ଉପର ଗୃହର ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବା ସହିତ ଆଗାମୀ ନିର୍ବାଚନ ପାଇଁ କୌଣସି ମୁସଲମାନ ପ୍ରାର୍ଥୀ ନଥିବାବେଳେ ଏଥର ବିଜେପିରେ କୌଣସି ମୁସଲମାନ ସାଂସଦ ରହିବେ ନାହିଁ।
ରାଜ୍ୟସଭାରେ ତିନିଜଣ ବିଜେପି ସାଂସଦ – ମୁଖତାର ଅବ୍ବାସ ନାକଭି, ସୟଦ ଜାଫର ଇସଲାମ ଏବଂ ଏମ.ଜେ ଆକବର ଖୁବ୍ ଶୀଘ୍ର ସେମାନଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଜୁନ ୧୦ ରେ ହେବାକୁ ଥିବା ଉପର ଗୃହ ନିର୍ବାଚନ ପାଇଁ ଦଳ ୨୨ଜଣ ପ୍ରାର୍ଥୀ ଘୋଷଣା କରିଛି ଏବଂ ସେମାନଙ୍କ ମଧ୍ୟରୁ କେହି ଜଣେ ମୁସଲମାନ ନାହାନ୍ତି। ସୂଚନାମୁତାବକ ୨୦୧୯ଲୋକସଭା ନିର୍ବାଚନରେ ବିଜେପି ୬ଜଣ ମୁସଲମାନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କିନ୍ତୁ ସମସ୍ତେ ହାରି ଯାଇଥିଲେ।