ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ୨୩ଟି ଦେଶକୁ ବ୍ୟାପିଛି । ଏଥିରେ ୩୦୦ ରୁ ଉର୍ଦ୍ଧ ଜଣ ସଂକ୍ରମିତ ହୋଇଥିବାବେଳେ ୧୨୦ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ମଙ୍କିପକ୍ସ ସଂକ୍ରମଣ ନିୟନ୍ତ୍ରଣ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( ହୁ ” ) ମାର୍ଗଦର୍ଶିକା ଜାରି କରି ସଚେତନ କରାଇବା ସହ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ କହିଛି । ତେବେ ଏହି ଭୂତାଣୁ କାହା ସହିତ ଶାରୀରିକ ସଂସ୍ପର୍ଶରେ ଆସିଲେ ହୋଇଥାଏ ବୋଲି ସୂଚନା ମିଳିଛି। ଯଦି କେହି ସଂକ୍ରମିତ ଲୋକଙ୍କ ସହିତ ଆଉ କେହିଁ ଶାରୀରିକ ଭାବେ ଯୋଡି ହେଲା ତାହା ହେଲେ ଏହି ଭୂତାଣୁ ବ୍ୟାପିଥାଏ। ଏହି ଭୂତାଣୁ ସଂକ୍ରମଣରେ ଜ୍ଵର ଆସିବା ସହ ଦେହ କୁଣ୍ଡାଇ ହୋଇଥାଏ । କିଛିଦିନ ପରେ ଦେହରେ ଫୁଲା ଦେଖାଯାଏ । ଏହା ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥାଏ । ମୁଖ୍ୟତଃ ୟୁରୋପରେ ଏହି ସଂକ୍ରମଣ ଅଧିକ ଚିହ୍ନଟ ହେଉଛି।