ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର(ପ୍ରଜ୍ଞା): ମୋର ନାମ ଅରବିନ୍ଦ ଦାସ। ଘର ଠିକଣା ମତେ ଜଣା ନାହିଁ। ମୋ ବାପାଙ୍କର ଆମେ ୪ଟି ପୁଅ। ଆଉ ମୁଁ ଏହି ସମାଜରେ ଏବେ ଏକଲା। ପ୍ରାୟ ୨୦ ବର୍ଷ ହେବ ମୁଁ ଭୁବନେଶ୍ବରରେ ରହୁଛି। ନା ମୋର କେହି ପରିବାର ସଦସ୍ୟ ଅଛନ୍ତି ନା ରହିବା ପାଇଁ ଗୋଟିଏ ଠିକଣା। ମୋର ଆଗରେ ପଛରେ କେହି ବି ନାହାନ୍ତି। ଆଜି ଆପଣ ମତେ ବରମୁଣ୍ଡା ବସଷ୍ଟାଣ୍ଡ ତଳେ ଦେଖୁଛନ୍ତି କାଲି ମୁଁ କେଉଁ ଆହାର କେନ୍ଦ୍ରର ପିଣ୍ଡା ତଳେ ବସିଥିବି। ଏମିତି ହିଁ ମୋର ଜୀବନ…..

ସରକାର ଆଉ ସରକାରଙ୍କ ଯୋଜନା ଏହି ବୁଢ଼ା ମଉସାଙ୍କ ପାଇଁ ସାତ ସପନ। ଗୋଟିଏ ନାଗରିକ ପାଇଁ ଖାଦ୍ୟ,ବସ୍ତ୍ର ,ବାସଗୃହ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ନା ଏ ମଉସାଙ୍କ ପାଖରେ ଛପର ଅଛି ନା ଖାଇବା ପାଇଁ ଖାଦ୍ୟ। ଓଳିଏ ଖାଇଲେ ଆଉ ୨ଓଳି ଓପାଶ ରେ କାଟୁଛି। ବେଳେ ବେଳେ ପାଣି ପିଇ ମଧ୍ୟ ଦିନ କାଟିଛନ୍ତି। ଏତେ ଅସୁବିଧା ପରେ ମଉସାଙ୍କ ମୁହଁରେ ହସ ବନ୍ଦ ହୋଇ ନାହିଁ । କହୁଛନ୍ତି ମୁଁ ଯେମିତି ଅଛି ଶାନ୍ତିରେ ଅଛି।

ଆଉ ଆମେ ସରକାରଙ୍କ ଯୋଜନା ସମ୍ପର୍କ ରେ ତାଙ୍କୁ ପଚାରିବାରୁ ସେ କହିଲେ ମୋର କେହି ନାହାନ୍ତି। ବୃଦ୍ଧାଶ୍ରମରେ ଆଧାର କାର୍ଡ ଆଉ ପରିଚୟ ପତ୍ର ଲୋଡୁଛନ୍ତି ଆଉ ମୋ ପାଖରେ ତାହା ନାହିଁ। ଖରା ହେଉବା ବର୍ଷା କେଉଁଠି ଟିକିଏ ଖାଲି ସ୍ଥାନ ପାଇଲେ ମୁଁ ମୁଣ୍ଡା ଢ଼ାକି ନିଏ। ଆଉ ରାତି ସେଇଠି ବିତାଇ ଦିଏ। ଆଉ କେହି କେହି ମତେ ସେଠାରୁ ବିଦା ମଧ୍ୟ କରି ଦିଅନ୍ତି। ବାସ କିଛି ନକହି ସେଠାରୁ ଚାଲିଆସେ। ମୋର କେବଳ ଗୋଟିଏ ଇଚ୍ଛା କେହି ମତେ ଟିକିଏ କେଉଁଠି ମୁଣ୍ଡ ଗୁଞ୍ଜିବାକୁ ସ୍ଥାନଟେ ଦେଇ ଦେଲେ ସେତିକି ବହୁତ। କପଡା ଠାରୁ ଆରମ୍ଭ କରି ବ୍ୟାଗ ଟିଏ ମଧ୍ୟ ମୋର ନାହିଁ ଯାହା ବି ମିଳିଛି କେହି ଖୁସିରେ ଦେଇଛନ୍ତି। କୌଣସି ସ୍ଥାନରେ ରହିବାକୁ ହେଲେ ମତେ ପରିଚୟ ପତ୍ର ଦରକାର ହେଲେ ମୋ ପାଖରେ ସେତିକି ବି ନାହିଁ।

ଜୀବନରେ ଏତେ ଅସୁବିଧା ଥାଇ ମଧ୍ୟ ମନରେ ଗୋଟିଏ ଅଫଶୋଷ ଓଡିଆ ଭାଷାକୁ ମାନ୍ୟତା ମିଳୁନାହିଁ। ଓଡିଶାରେ ରହୁଛନ୍ତି କିନ୍ତୁ ଓଡିଆକୁ ଭଲ ପାଉନାହାନ୍ତି। ଆଉ ମୁଁ ବା କଣ କହିବି। ବଡ ବଡୁଆ ଲୋକେ ଦେଖିଲେ ଦୁଃଖ କଥା ପଚାରି ବୁଝନ୍ତି ହେଲେ ତାଙ୍କୁ କହିବି ବି କୌଣସି ଲାଭ ମିଳୁନାହିଁ । ସେ ଶୁଣିକି ଭୁଲି ଯାଉଛନ୍ତି। ଆଉ ଯଦି ମୋର କେଉଁ ମନ୍ତ୍ରୀଙ୍କ ସହ ଭେଟ ହୁଅନ୍ତା ତେବେ ମୁଁ କିଛି ଆଶା କରନ୍ତି। ମୁଁ ଜାଣିନାହିଁ ଆଉ କେତେ ଦିନ ବଞ୍ଚିବି ଆଉ ଏମିତି ଏଠି ସେଠି ବୁଲାବୁଲି କରିବାକୁ ମଧ୍ୟ ମତେ ପସନ୍ଦ ନୁହେଁ ଭାଗ୍ୟ ଖରାପ ଆଉ କରିବି କଣ?ଦିନେ ନା ଦିନେ ମୋର ଏହି ଯାତ୍ରା ସମାପ୍ତି ହେବ ତେଣୁ ଆଉ କଣ ଆଶା କରିବି।

ଆଜି ବି ଏମିତି ବହୁତ ବେସାହାରା ଲୋକ ମାନେ ଆମ ଆଖପାଖରେ ରହୁଛନ୍ତି। ଯେଉଁମାନେ ତାଙ୍କ ମୁହଁର ହସ ତଳେ ମନର ଦୁଃଖକୁ ଲୁଚାଇ ରଖୁଛନ୍ତି। ଆଉ ଯଦି ଆପଣ ଏହିଭଳି କିଛି ଲୋକଙ୍କ ସଂସ୍ପର୍ଶ ରେ ଆସୁଛନ୍ତି ତେବେ ଆପଣଙ୍କର ପାରୁ ପର୍ଯ୍ୟନ୍ତି ତାଙ୍କୁ ଟିକିଏ ସହାୟତା କରିବାକୁ ଚେଷ୍ଟା କରନ୍ତୁ କିଏ ଯାଣେ ଏହି ଟିକିଏ ସହାୟତା କାହାରି ମନରେ ହସ ଫୁଟାଇ ଦେବ।