ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା: ଆଜି ହେଉଛି ସାବିତ୍ରୀ ଅମାବାସ୍ୟା। ହିନ୍ଦୁ ସଂସ୍କୃତି ର ମହାନ ପର୍ବ ହେଉଛି ସାବିତ୍ରୀ ପର୍ବ । ସ୍ୱାମୀର ମଙ୍ଗଳ ମନାସି ସ୍ତ୍ରୀ ମାନେ ଏହି ଵ୍ରତ କରୁଥିବା ବେଳେ ଆଜି ଖଡ଼ିଆଳ ଅଞ୍ଚଳରେ ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା।ବ୍ରତ ପାଇଁ ଆବଶ୍ୟକୀୟ ଦ୍ରବ୍ୟ ସବୁ ଦୁଇ ତିନି ଗୁଣା ରେ ବିକ୍ରି ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ସେଓ କିଲୋ ୨୫୦,ତରଭୁଜ କିଲୋଗ୍ରାମ ୩୦ରୁ ୫୦, କଦଳୀ ଡର୍ଜନ ୮୦ ଟଙ୍କା, ଅଙ୍ଗୁର ୧୫୦ଟଙ୍କା, ସନ୍ତରା ଗୋଟିଏ କୁ ୨୦ ଏମିତି ଭାବରେ ବିକୁଛନ୍ତି ଦୋକାନୀ। ସେହିପରି ବ୍ରତ, ଦର୍ପଣ, କଜଳ, ଚୁଡି, ଅଳତା ଆଦି ମଧ୍ୟ ନାହିଁ ନ ଥିବାର ଦରରେ ବିକ୍ରି ହେଉଛି। ତେବେ ଲୋକମାନେ ମଧ୍ୟ ବାଧ୍ୟ ହେଇ କରି ସବୁ କିଛି ସାମଗ୍ରୀ କିଣୁଛନ୍ତି। ସେପଟେ ବଜାରରେ ସବୁ କିଛି ର ମୁଲ୍ୟ ବୃଦ୍ଧି ପାଉଥିବାରୁ ଏଥର ସବୁ ଦର ବୃଦ୍ଧି ପାଇଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି।(ରିପୋର୍ଟ:ଶାମ୍ବ କୁମାର ସରାଫ)