ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:୨୨ଜଣ ଯାତ୍ରୀଙ୍କୁ ନେଇ ଏକ ଟାରା ଏୟାରର 9 NAET ଟ୍ୱିନ୍-ଇଞ୍ଜିନ ବିମାନ ନିଖୋଜ ହୋଇ ଯାଇଥିବାର ସୂଚନା ମିଳୁଛି। ଏହି ବିମାନରେ ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ ନାଗରିକଙ୍କ ସମେତ ଅବଶିଷ୍ଟମାନେ ନେପାଳର ନାଗରିକ ମାନେ ପୋଖରାରୁ ନେପାଳର ଜୋମସୋମ ଅଭିମୁଖେ ଯାତ୍ରା କରୁଥିବା ବେଳେ ରବିବାର ସକାଳେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଥିବା ରିପୋର୍ଟ ରୁ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ବିମାନଟି ସକାଳ ୯:୫୫ ସମୟରେ ଯୋଗାଯୋଗ ହରାଇଲା। ଏହି ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମସୋମର ଆକାଶ ଉପରେ ଦେଖାଯାଇଥିଲା ଏବଂ ପରେ ଏହା ଯୋଗାଯୋଗ ହୋଇ ନ ଥିବା ସୂଚନା ମିଳିଛି।
ନିଖୋଜ ବିମାନର ସନ୍ଧାନ ପାଇଁ ନେପାଳ ଗୃହ ମନ୍ତ୍ରଣାଳୟ ମୁସ୍ତାଙ୍ଗ ଏବଂ ପୋଖରାରୁ ଦୁଇଟି ଘରୋଇ ହେଲିକପ୍ଟର ନିୟୋଜିତ କରିଛି। ସର୍ଚ୍ଚ ଅପରେସନ ପାଇଁ ନେପାଳ ଆର୍ମି ଚପର ମଧ୍ୟ ନିୟୋଜିତ ହେବାକୁ ପ୍ରସ୍ତୁତ ଅଛି ବୋଲି ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଫାଦିନନ୍ଦ୍ର ମଣି ପୋଖରେଲ କହିଛନ୍ତି।