ସନଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ : ଫିଲ୍ମ ଦେଖି ଅନୁପ୍ରାଣିତ ହେଲେ । ସିଗାରେଟ ଟାଣି ହସ୍ପିଟାଲରେ ଆଡମିଟ୍ ହେଲେ ୧୫ ବର୍ଷୀୟ ଛୋଟ ବାଳକ । ସମସ୍ତେ ଜାଣନ୍ତି ଯେ ଧୁମ୍ରପାନ ଶରୀର ପାଇଁ ଅତ୍ୟନ୍ତ କ୍ଷ୍ୟତିକାରକ । ପ୍ରାୟତଃ ଏଥିପାଇଁ ସବୁ ଚଳଚ୍ଚିତ୍ର ଆରମ୍ଭ ହେବା ପୂର୍ବରୁ ଧୁମ୍ରପାନ ଦେହ ପାଇଁ କ୍ଷତିକାରକ ବୋଲି ସୂଚନା ଦିଆଯାଇଥାଏ । ତେବେ ନିକଟରେ ବକ୍ସ ଅଫିସ୍ରେ ହିଟ ହୋଇଥିବା ତେଲୁଗ ଫିଲ୍ମ କେଜିଏଫ-୨ ରେ ରକି ଭାଇଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କୁ ବିମୋହିତ କରିଥିଲା । ଏଥିରେ ବହୁ ପିଲା ରକି ଭାଇଙ୍କର ଅଭିନୟ ଦେଖି ଅନୁପ୍ରାଣିତ ମଧ୍ୟ ହୋଇଥିଲେ। ଯେମିତି କି କିଛି ଫିଲ୍ମ ରେ ହିରୋ ପିନ୍ଧିଥିବା ସାର୍ଟ ହେଉ କି ହିରୋ କରିଥିବା ହେୟାର ଷ୍ଟାଇଲ ହେଉ ଦର୍ଶକ ତାଙ୍କର ପ୍ରିୟ ଅଭିନେତଙ୍କୁ ଅନୁସରଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ ।
ତେବେ କେଜିଏଫ୍-୨ ରେ ଅଭିନୟ କରିଥିବା ହିରୋଙ୍କୁ ଅନୁସରଣ କରିଛନ୍ତି ତେଲେଙ୍ଗାନାର ଜଣେ ବାଳକ । ବାଳକ ଜଣକ ଫିଲ୍ମରେ ରକି ଭାଇ ଯେଉଁ ଭଳି ସିଗାରେଟ ଟାଣିଥିଲେ ସେ ମଧ୍ୟ ସେଭଳି ସିଗାରେଟ ଟାଣିଥିଲା । ଏତେ କମ୍ ବୟସରେ ସିଗାରେଟ ଟାଣିବା କିଛି ନୂଆ ଘଟଣା ନୁହେଁ । ହେଲେ ଫିଲ୍ମରେ ରକି ଭାଇ ଯେଉଁ ଷ୍ଟାଇଲରେ ସିଗାରେଟ ଟାଣିଥିଲେ ସେ ମଧ୍ୟ ସେଭଳି ଏକା ସାଙ୍ଗରେ ଏକାଧିକ ସିଗାରେଟ ଟାଣିଥିଲା । ବାଳକ ଜଣକ ଏକା ଥରରେ ପୁରା ପ୍ୟାକେଟ ସିଗାରେଟ ଟାଣିଥିଲେ । ଏହା ପରେ ସେହି ଛୋଟ ବାଳକର କାଶ ଆରମ୍ଭ ହୋଇ ଯାଇଥିଲା । ଯାହା କି ଥମିବାର ନା ନେଲା ନାହିଁ। ପିଲାଟର ସ୍ବାସ୍ଥ୍ୟ ଅବସ୍ଥା ଗରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା। ହେଲେ ପିଲାଟି ସିଗାରେଟ ଟାଣୁଥିବା କଥା ତାର ବାପା,ମାଆ ଙ୍କୁ ଜଣାନଥିଲା । ଏଭଳି ପ୍ରଥମ ଥର ପିଲାଟି କରିଛି ବୋଲି କହିଛନ୍ତି ତାଙ୍କ ବାପା ଓ ମାଆ । ହେଲେ ପରାର୍ମଶଦାତା ପୁଲମୋନୋଲୋଜିଷ୍ଟ ଡକ୍ଟର ରୋହିତ ରେଡ୍ଡୀ ପାଥୁରୀ କହିଛନ୍ତି ଯେ ସେହି ବାଳକ ହାତର ଆଙ୍ଗୁଠି ରେ ଏକ ଦାଗ ରହିଛି ଯାହାକି ସାଧାରଣତଃ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ହାତରେ ଦେଖାଯାଏ । ତେବେ ପିଲାଟି ଟିକେ ସୁସ୍ଥ ହେବା ପରେ ସେ କେଜିଏଫ ଫିଲ୍ମରୁ ଅନୁପ୍ରାଣିତ ହୋଇଥିଲା ବୋଲି ସ୍ୱୀକାର କରିଛି । ତେବେ ସେ କିଛ ଦିନ ହେବ ସିଗାରେଟେ ଟାଣୁଥିଲା । ଏସବୁ ଶୁଣି ପିଲାଟିର ବାପା ଓ ମାଆ ଦୁହେଁ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଛୋଟ ବେଳୁ ଏ ସବୁର ଅଭ୍ୟାସ ଶ୍ୱାସକ୍ରିୟା ପ୍ରକ୍ରିୟାରେ ବାଧା ଉପୁଜିବା ସହ ଫୁସଫୁସଗତ ସମସ୍ୟା ମଧ୍ୟ ବୃଦ୍ଧି କରିଥାଏ। ତେବେ ଅଭିଭାବକ ପିଲାଙ୍କ ଉପରେ ନଜର ରଖିବା ସହ ସେମାନେ କେତେବେଳେ କଣ ଦେଖି ଅନୁପ୍ରାଣିତ ହେଉଛନ୍ତି ସେଥିପ୍ରତି ପିଲାଙ୍କୁ ସଚେତନା କରିବା ଆବଶ୍ୟକ । ନଚେତ୍ କିଛି ଖରାପ ଅଭ୍ୟାସ ପିଲାଙ୍କର ଭବିଷ୍ୟତ ନଷ୍ଟ କରିପାରେ ବୋଲି ଡାକ୍ତର ରୋହିତ ରେଡ୍ଡୀ ପାଥୁରୀ କହଛନ୍ତି ।(ରିପୋର୍ଟ:ସୋନାଲି)