ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ମହାମାରୀରେ ସମୟରେ ଦେଶର ଅର୍ଥନୀତି ନିମ୍ନସ୍ତରକୁ ଖସିଯାଇଥିବା ବେଳେ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିଲା ଠିକ୍ ସେତିକି ବେଳେ ଆମ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନ ସଚେତନତା କାର୍ଯ୍ୟକ୍ରମ ଓ ଖାଦ୍ୟ ଯୋଗାଣ ବିଭିନ୍ନ ସହୟତା ରାଶି ପ୍ରଦାନ କରିବା ସହ ମହାମାରୀ ସମୟରେ ମେଡିକାଲରେ ଶଯ୍ୟା ବୃଦ୍ଧି ଟିକାକରଣ ଇତ୍ୟାଦି କ୍ଷେତ୍ରରେ ଓଡିଶା ସାରା ଦେଶରେ ୧ନମ୍ବର ସ୍ଥାନରେ ରହିବା ସହ ପ୍ରଶଂସାର ପାତ୍ର ପାଲଟିଥିଲା। ରାଜ୍ୟରେ ଅନେକ ଯୋଜନାର କାର୍ଯ୍ୟକାରୀ ଓ ଉନ୍ନତିକୁ ନେଇ ଜାତିସଂଘ ମଧ୍ୟ ରାଜ୍ୟକୁ ବେଶ୍ ପ୍ରଶଂସା କରିଛି । ରାଜ୍ୟକୁ ବିକଶିତ କରିବା ଶିକ୍ଷାକୁ ବିକଶିତ କରିବା ସ୍ବାସ୍ଥ୍ୟକୁ ବିକଶିତ କରିବା ପାଇଁ ମୋ ସରକାର ଓ ୫ଟି ମାଧ୍ୟମରେ ଅନେକ ଜନକଲ୍ୟାଣ କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରକଳ୍ପର ବ୍ଳୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଯାଇଛି। ମୋ ସରକାର କହିଲେ ଏକ ଟିମ୍ କୁ ବୁଝାଯାଏ, ଆଉ ୫ଟି କହିଲେ ସ୍ବଚ୍ଛତା ଏବଂ ଉନ୍ନତିକରଣକୁ ବୁଝାଯାଏ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ । ସେପଟେ ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ସହ କେନ୍ଦ୍ରର ଆର୍ଥିକ ପରିଚାଳନା ନୀତି ଭୁଲ ଯୋଗୁଁ ଦରଦାମ ବୃଦ୍ଧି ହେଉଥିବା ଶ୍ରୀଯୁକ୍ତ ସ୍ୱାଇଁ ସୂଚନାଦେଇଥିଲେ ।