ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଗତ ମେ ମାସ ୧୯ ଠାରୁ ୨୩ ତାରିଖ ୫ ଦିନ ଧରି ସିଭିଲ ଡିଫେନ୍ସ ଭୁବନେଶ୍ୱର ର ୩୫ ଜଣ ସ୍ବେଚ୍ଛାସେବୀ ଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, “ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ” (OSDMA) ଙ୍କ ସହାୟତା ରେ ସିଭିଲ୍ ଡିଫେନ୍ସ ଅଫିସ ଠାରେ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରଶିକ୍ଷଣ ଶିବିର ରେ ଅଗ୍ନି ନିରାପତ୍ତା, ବନ୍ୟା, ବାତ୍ୟା, ଓ ଜରୁରୀକାଳୀନ ପ୍ରାଥମିକ ସହାୟତା ସହିତ ଅନାନ୍ୟ ଉପାଦେୟ ବିଷୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରକୁ ଓଡ଼ିଶା ସିଭିଲ ଡ଼ିଫେନ୍ସ ର ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରକାଶ କୁମାର ଜେନା ଉଦଘାଟନ କରି ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଗତ ଦିନରେ କରିଥିବା ବିଭିନ୍ନ ସ୍ଵେଚ୍ଛାକୃତ ସେବାର ପ୍ରଶଂସା କରିଥିଲେ ଏବଂ ସିଭିଲ ଡିଫେନ୍ସ ଭୁବନେଶ୍ୱର ଡେପୁଟି କଣ୍ଟ୍ରୋଲର ଶ୍ରୀଯୁକ୍ତ ଅନୁପ ଦାସ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣର ମୂଲ୍ୟବୋଧ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ଏହି ପ୍ରଶିକ୍ଷଣ କୁ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ମୃଗାଙ୍କ ଶେଖର ଛୋଟରାୟ ପରିଚାଳନା କରିଥିବାବେଳେ ସହ ପ୍ରଶିକ୍ଷକ ଭାବେ ଅମୂଲ୍ୟ ସମର୍ଥ, ନୃସିଂହ ମହାପାତ୍ର, ନିଶିକାନ୍ତ ମିଶ୍ର, ବିମଳ ପ୍ରସାଦ ପାଣି, ସମରେଶ ସାମଲ, ଜ୍ୟୋତିରଂଜନ ମହାପାତ୍ର, ଏନ ରାଜେନ୍ଦ୍ର ଦୋରା, ଅରୁଣ ଜେନା, ଅଜୟ ଆଚାର୍ଯ୍ୟ, ଦୀପକ ଗିରୀ,ଓ ଜ୍ଞାନେନ୍ଦ୍ର ମାଲିଆ ସହାୟତା କରିଥିଲେ।