ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ହେଉଛି ଘଞ୍ଚ ଜଙ୍ଗଲ ଘେରା ବନ ପାହାଡ଼ ଅଞ୍ଚଳ l ଏହି ବ୍ଲକରେ ଘଞ୍ଚ ଜଙ୍ଗଳ ଭିତରେ ଅନେକ ଲୋକ ବସବାସ କରିଥାନ୍ତି । ଆଦିବାସୀ ଲୋକ ମାନଙ୍କୁ କେବେ ପ୍ରଶାସନିକ ଅସୁବିଧା ହେଉଥିବା ବେଳେ କେବେ କେବେ ବନ୍ୟ ଜନ୍ତୁର ଶୀକାର ହେବାକୁ ପଡିଥାଏ । କିଛିଦିନ ତଳେ ବୋଡେ଼ନ ବ୍ଲକ ନାଗପଡା ଗ୍ରାମ ପଞ୍ଚାୟତ ମାକରବିର୍ଲି ଗ୍ରାମରେ ଚିତା ବାଘର ଆତଙ୍କ ଖେଳିଯାଇଥିଲା । ଅନେକ ଥର ଗୃହ ପାଳିତ ପଶୁ ଯଥା ଗାଈ ଗୋରୁ ଛେଳି ମେଣ୍ଢାଙ୍କୁ ବାଘ ଶୀକାର କରିଥିବା ବେଳେ ଆଜିମଧ୍ୟ ସେଇଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୋଡେ଼ନ ବ୍ଲକ ସିର୍ଲି ଗ୍ରାମରେ ଏକ ବଳଦ ଖାଦ୍ୟ ଖାଇବାକୁ ଯାଇଥିବା ସମୟରେ ଚିତା ବାଘର ଶୀକାର ହେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଦିନକୁ ଦିନ ଚିତା ବାଘର ଆତଙ୍କ ଲୋକଙ୍କ ମନକୁ ଭୟ ସୃଷ୍ଟି କରୁଥିବା ବେଳେ ଗରିବ ନିରୀହ ଲୋକଙ୍କ ଗାଈ ଗୋରୁଙ୍କ ବିଭିନ୍ନ ପ୍ରକାର କ୍ଷୟ କ୍ଷତି ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଙ୍ଗଳ ବିଭାଗ ଏହା ଉପରେ ତୁରନ୍ତ ଦୃଷ୍ଟିଦେଇ ଗୃହ ପାଳିତ ପଶୁ,ପକ୍ଷୀ କେମିତି ବାଘ ଦାଉରୁ ସୁରକ୍ଷିତ ରହିପାରିବେ ସେନେଇ ଦୃଷ୍ଟି ଦେବେ ବୋଲି ସାଧାରଣରେ ଦାବି ହେଉଛି l(ରିପୋର୍ଟ:ଶାମ୍ବ କୁମାର ସରାଫ)