ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଢୁଛି କମୁଛି ତେଲ ଦର। ଏହି କିଛି ଦିନ ହେବ ପ୍ରତିଦିନ ବାରମ୍ବାର ପେଟ୍ରେଲ ଏବଂ ଡିଜେଲ ଦର ବଢିବାର ଲାଗିଥିଲା । ତେବେ ବାରମ୍ବାର ତେଲ ଦରରେ ପରିବର୍ତ୍ତନ କରାଯାଉଥିଲା । ପେଟ୍ରୋଲ ଏବଂ ଡିଜେଲ ର ବର୍ଦ୍ଦିତ ଦର ଜନଜୀବନକୁ ଅସ୍ତବ୍ୟସ୍ତ କରିଲା । ଚାରିଆଡେ ଜନ ଅସନ୍ତୋଷ ଦେଖାଦେଲା । ତେବେ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଲେ । ପେଟ୍ରୋଲ ଦର ଲିଟର ପିଛା ୯ ଟଙ୍କା କମ୍ କରାଯାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୭ ଟଙ୍କା କମ୍ କରାଯାଇଛି । ଆଗରୁ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୩୯ ପଇସା ଥିବା ବେଳେ ଏହି ଦର ଖସି ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ହୋଇଛି । ସେଭଳି ଡିଜେଲ ଲିଟର ପିଛା ୧୦୨ ଟଙ୍କା ୨୪ ପଇସା ହେଇଛି । ତେବେ ହଠାତ୍ ତେଲ ଦରରେ ଏତେ ବଡ ପରିବର୍ତ୍ତନ । ଯାହା ଡିଲର ଉପରେ ବଡ ପ୍ରଭାବ ପକାଇଛି । ଏଭଳି ହଠାତ୍ ତେଲେ ଦର କମ୍ ହେବା ଦ୍ୱାରା ସେମାନେ ୮ ରୁ ୧୦ ଲକ୍ଷ ଭଳି କ୍ଷତି ସହିବାକୁ ପଡିଛି । ଏହାଦ୍ୱାରା ବ୍ୟବସାୟରେ ଏକ ବଡ କ୍ଷତି ହୋଇଛି । ସେଥିପାଇଁ ତାରିଖ ୨୭, ମଇ ସଂନ୍ଧ୍ୟା ୬ ଟାରୁ ରୁ ୨୮, ମଇ ସକାଳ ୬ ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ଡାକାର ଦିଆଯାଇଛି।