ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ କରିବା ପରେ ଏହାର ଫଳ ସ୍ବରୁପ ରାଜ୍ୟରେ ବସ୍ ଭଡ଼ା କମିଛି । ଇନ୍ଧନ ମୂଲ୍ୟ ବଢ଼ୁଥିବା ବେଳେ ବସ ଭଡ଼ା ବୃଦ୍ଧି ପାଉଥିଲା ବର୍ତ୍ତମାନ ଏଥିରେ ହ୍ରାସ ପାଇବାରୁ ବସ ଭଡା ମଧ୍ୟ କମିଛି। ସାଧାରଣ ବସ୍ ଦର ପୂର୍ବରୁ କିଲୋମିଟର ପ୍ରତି ୯୨ ପଇସା ରହିଥିବା ବେଳେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି । ଏକ୍ସପ୍ରେସ ଭଡା ପୂର୍ବରୁ ୯୬ ପଇସା ଥିଲାବେଳେ ଏହା୯୩ ପଇସାକୁ ହ୍ରାସ ପାଇଛି । ଡିଲକ୍ସ ଭଡ଼ା ପୂର୍ବରୁ ୧ ଟଙ୍କା ୩୫ ପଇସା ଥିଲା । ଏବେ ଏହା ହ୍ରାସ ପାଇ ୧ ଟଙ୍କା ୨୯ ପଇସା ହୋଇଛି । ସେହିପରି ଏସି ଡିଲକ୍ସ ଭଡ଼ା ପୂର୍ବରୁ ୧ ଟଙ୍କା ୬୩ ପଇସା ଥିବାବେଳେ ହ୍ରାସ ପାଇ ୧ ଟଙ୍କା ୫୭ ପଇସା ହୋଇଛି । ସୁପର ପ୍ରିମିୟମ ଭଡ଼ା ପୂର୍ବରୁ ୨ ଟଙ୍କା ୫୩ ପଇସା ରହିଥିଲା । ଏବେ ଏହା ହ୍ରାସ ପାଇ ୨ ଟଙ୍କା ୪୪ ପଇସା ହୋଇଛି । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବସ ଭଡା କମିବା ଦ୍ବାରା ଲୋକ ମାନଙ୍କ ଭିତରେ ଟିକେ ଆଶ୍ବସ୍ତି ଦେଖିବାକୁ ମିଳିଛି।