ସନଷ୍ଟାର ଟିଭି ବ୍ୟୁରୋ
କଟକ: ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ପେଟ୍ରୋଲ ଡିଜେଲ ଏବଂ ଗ୍ୟାସ ଦର ହ୍ରାସ ପାଇବା ପରେ ଏବେ ଖାଇବା ତେଲର ମୂଲ୍ୟ ହ୍ରାସ କରାଯାଇଛି । ଖାଲବା ତେଲର ମୂଲ୍ୟ ମଙ୍ଗଳବାର ଦିନ ଲିଟର ପିଛା ୧୦ ଟଙ୍କା ହ୍ରାସ କରାଯାଇଛି।
ଯେ କେନ୍ଦ୍ର ସରକାର ପେଟ୍ରୋଲ ମୂଲ୍ୟ ୯.୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ କରିଛନ୍ତି।ତେଣୁ, ଏକ ଲିଟର ଖାଲବା ତେଲ ପାଇଁ ୧୮୦ – ୨୦୦ ଟଙ୍କା ଦେଉଥିବା ଗ୍ରାହକମାନେ ବର୍ତ୍ତମାନ ୧୭୦- ୧୯୦ ଟଙ୍କା ଦେବେ। ନୂତନ ମୂଲ୍ୟ ଆସନ୍ତା ସପ୍ତାହରୁ ଲାଗୁ ହେବ।ଚିନି, ବିଶୋଧିତ ତେଲ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ମଧ୍ୟ ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।