ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସିଲା ଅନୁଭବଙ୍କ ଆଉ ଏକ ନୂଆ ଭିଡିଓ। ଯାହା ଅନୁଭବ-ବର୍ଷା ବିବାଦରେ ନୂଆ ମୋଡ ସୃଷ୍ଟି କରିଛି। ବିବାହର ସତ ସମସ୍ତଙ୍କ ସମ୍ନାରେ ରଖିଛନ୍ତି ଅନୁଭବ। ଯାହକୁ ନେଇ ଏବେ ପୁଣି ବିବାଦ ଦେଖାଦେଇଛି। ତେବେ ଏହି ଘଟଣା ପାଇଁ ଯାହା ଏବେ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଅନୁଭବ ତାଙ୍କ ୟୁଟୁବ୍ ରେ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରି ବର୍ଷାଙ୍କୁ ଚାଲେଞ୍ଜ ଦେଉଛନ୍ତି । ଏହାସହ ବର୍ଷା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମଧ୍ୟ ସମ୍ପୁର୍ଣ୍ଣ ମିଛ। ବିବହାର ଆଠ ବର୍ଷ ପର୍ଯ୍ୟନ୍ତ ସ୍ୱାମୀର କୌଣସି ଅଧିକାର ବର୍ଷା ଦେଇନାହାଁନ୍ତି ବୋଲି କହିଛନ୍ତି ଅନୁଭବ । ଏହା ସହିତ ବର୍ଷା ତାଙ୍କୁ ନାୟକ ରୁ ଖଳନାୟକ ରେ ପରିବର୍ତ୍ତନ କରିଦେଇଛନ୍ତି। କିନ୍ତୁ ସେପଟେ ବର୍ଷାଙ୍କ ବିରୋଧରେ ସର୍ବସାଧାରଣରେ ଏଭଳି କହି ସେ ତାଙ୍କ ନିଜ ସମ୍ମାନହାନୀ କରିବା ସହ ବର୍ଷାଙ୍କର ମଧ୍ୟ ସାମାଜିକ ପ୍ରତିଛବି ଖରାପ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଅନୁଭବ ବାରମ୍ବାର ଭିଡିଓ ଜାରି କରିବା ପରେ ବର୍ଷା ପୁରୀ ଘାଟ ଥାନରେ ଅଭିଯୋଗ କରିବା ସହ ଅନୁଭବ କହୁଥିବା ସମସ୍ତ ଅଭିଯୋଗ ମିଛ ଏବଂ ସେ ତାଙ୍କର ସମ୍ମାନଙ୍କୁ ହାନି କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।