ସନଷ୍ଟାର ଟିଭି ବ୍ୟୁରୋ
ଟୋକିଓ: ଆଜି ଜାପାନର ରାଜଧାନୀ ଟୋକିଓ ରେ କ୍ୱାଡ ବୈଠକ ଅନୁଷ୍ଠତି ହୋଇଯାଇଛି । ଏହି ବୈଠକରେ ଭାରତ ସମେତ ଆମେରିକା,ଜାପାନ ଏବଂ ଅଷ୍ଟ୍ରେଲିଆ ର ରାଷ୍ଟ୍ର ମୁଖ୍ୟ ଯୋଗ ଦେଇଛନ୍ତି । ଏହି ବୈଠକରେ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଏହାଦ୍ୱାରା ଭାରତ-ଆମେରିକା ଭିତରେ ଭଲ ସମ୍ପର୍କ ଗଢି ହେବା ସହ ଦୁଇ ଦେଶ ଭିତରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ସୁଦୃଢ ହେଉଥିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଭାରତ-ପ୍ରଶାନ୍ତ ମହାସାଗରୀୟ ସ୍ଥାନଗୁଡିକରେ ସମଭାବପନ୍ନ ଦେଶଗୁଡିକୁ ସାଙ୍ଗରେ ନେଇ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ୱାଡ ବିଶ୍ୱ ସ୍ତରରେ ଖୁବ୍ କମ୍ ଦିନରେ ଅଧିକ ଶକ୍ତିଶାଳୀ ହୋଇଛି । ତେବେ ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛନ୍ତି । ବାଇଡେ କହିଛନ୍ତି ଯେ ଏହି ଯୁଦ୍ଧ ଆଉ ଦୁଇ ଦେଶ ମଧ୍ୟରେ ସୀମିତ ହୋଇନାହିଁ । ଏହା ସାରା ବିଶ୍ୱ ଉପରେ ପ୍ରଭାବ ପକାଇଲାଣି । ସେପଟେ ଋଷ ପ୍ରଧାନମନ୍ତ୍ରୀ ପୁଟିନି ତାଙ୍କ ଜିଦ୍ରେ ଅଟଳ ରହୁଛନ୍ତି । ଯଦି ଏଭଳି ଯୁଦ୍ଧ ଜାରି ରହିବ ତେବେ ଆମେରିକା ତା’ର ସହଯୋଗୀଙ୍କୁ ସହାୟତା ମଧ୍ୟ ଜାରି ରଖିବ ବୋଲି ଜୋ ବାଇଡେନ୍ କହିଛନ୍ତି । (ରିପୋର୍ଟ: ସୋନାଲି)