ସନଷ୍ଟାର ଟିଭି ବ୍ୟୁରୋ
ବିହାର: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଆଜି କହିଛନ୍ତି ଯେ ତାଙ୍କ ସରକାର ସବୁ ଦଳର ମତ ଗ୍ରହଣ କରିବା ପରେ ଖୁବ୍ ଶୀଘ୍ର ଜାତିସଂଘ ଜନଗଣନା ଉପରେ କାମ ଆରମ୍ଭ କରିବ । ଜାତିସଂଘ ଜନଗଣନା ଉପରେ ଏକ ସର୍ବଦଳୀୟ ବୈଠକ ଆଗାମୀ ମେ ୨୭ ତାରିଖରେ ବସିବ ବୋଲି ସେ ସୂଚନାଦେଇଛନ୍ତି। ବୈଠକରେ ସମସ୍ତଙ୍କ ମତ ନେବା ପରେ ଏହି ପ୍ରସ୍ତାବକୁ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । କ୍ୟାବିନେଟ ଅନୁମତି ଦେବା ପରେ ଜାତିସଂଘ ଜନଗଣନା କରାଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କହିଛନ୍ତି । ତେବେ ଜାତି ଭିତ୍ତିକ ଗଣନା ଏକ ବିଭାଜନକାରୀ ବ୍ୟବସ୍ଥା ବୋଲି କେନ୍ଦ୍ର ସରକାର ବହୁ ପୂର୍ବରୁ ମତ ଦେଇଛନ୍ତି । ହେଲେ ବିହାର ରାଜନୀତିକ ଦଳର ମତ ଯେ ଜନସଂଖ୍ୟାରେ ଜାତି ସମ୍ବିଧାନ ଜାଣିବା ଦ୍ୱାରା ସମାଜରେ ଅବହେଳିତ ହେଉଥିବା ଲୋକଙ୍କ ସାହାର୍ଯ୍ୟ ପାଇଁ ଉନ୍ନତି ମୂଳକ ପଦକ୍ଷେପ ନିଆଯାଇପାରିବ । ଗତବର୍ଷ ଏ ନେଇ ବିହାରର ରାଜନେତାଙ୍କ ଏକ ପ୍ରତିନିଧି ଦଳ ନିତୀଶ ସମେତ ବିରୋଧି ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ମୋଦଙ୍କ ପାଖରେ ଦାବି କରିଥିଲେ ।୧୯୩୧ ମସିହାରେ ସ୍ୱାଧୀନତା ପୂର୍ବରୁ ଏହି ଶେଷ ଜାତି ଭିତ୍ତିକ ଗଣନା କରାଯାଇଥିଲା । ତେବେ ଡକ୍ଟର ବି.ଆର ଆମ୍ବେଦଙ୍କର ଙ୍କ ପରି ନେତାମାନେ ଏହି ଗଣନା ସମାଜ ପାଇଁ ଅନୁକୂଳ ହେବ ବୋଲି କହିଥିଲେ । (ରିପୋର୍ଟ: ସୋନାଲି)