ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କଂଗ୍ରେସର ପିସିସ ଭାବେ ଶରତ ପଟ୍ଟନାୟକଙ୍କୁ ଗୁରୁଦାଇତ୍ବ । ପିସିସି ପଦ ରୁ ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ କରିଲା ଏଆଇସିସି। ତେବେ ପିସିସି ସ୍ଥିର ପାଇଁ ନିକଟରେ କଂଗ୍ରେସ ଦଳ ଦିଲ୍ଲୀ ଯାଇଁ କଂଗ୍ରେସ ମୁଖିଆଙ୍କୁ ଭେଟିଥିଲେ। ଏହାକୁ ନେଇ ବହୁତ ଆଲୋଚନା ମଧ୍ୟ କରାଯାଇଥିଲା। ଶେଷ ରେ ଶରତ ପଟ୍ଟନାୟକଙ୍କୁ ଏହି ଦାଇତ୍ବ ଦିଆଯିବ ବୋଲି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି ଏବଂ ତାଙ୍କୁ ଏହି ଦାଇତ୍ବ ଦିଆଯାଇଛି। ଏଥି ପାଇଁ ଏଆଇସିସ ପକ୍ଷରୁ ଏକ ପ୍ରେସ ରିଲିଜ ମଧ୍ୟ ଦିଆଯାଇଛି।
ବଲାଙ୍ଗୀରର ପୂର୍ବତନ ଲୋକସଭା ସଦସ୍ୟ ଶରତ ପଟ୍ଟନାୟକ ୨୦୦୧ ଅକ୍ଟୋବରରୁ ୨୦୦୪ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ତୁଲାଇଥିଲେ। ଦୀର୍ଘ ୧୮ ବର୍ଷ ପରେ ସେ ପୁଣି ଥରେ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବେ