ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରେ ପଥର ମାଡ କରିଛନ୍ତି ଟିଏମସି କର୍ମୀମାନେ । ଗୁରୁବାର ପଶ୍ଚିମବଙ୍ଗରେ ପ୍ରଦର୍ଶନକାରୀମାନେ ନଡ୍ଡାଙ୍କ ଗାଡି ଉପରକୁ ଏହି ଆକ୍ରମଣ କରିଛନ୍ତି। ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଗୁରୁବାର ଦ୍ବିତୀୟ ଦିନରେ ଡାଇମଣ୍ଡ ହାର୍ବର ଯାଉଥିଲେ, ଏହି ସମୟରେ ରାସ୍ତାରେ ତାଙ୍କ ଗାଡି ଉପରେ ଟିଏମସି କର୍ମୀମାନେ ଟେକାପଥର ମାଡ କରିଥିଲେ।
ପ୍ରଦର୍ଶନକାରୀମାନେ ୨୪ ପ୍ରଗଣା ଜିଲ୍ଲାରେ ଡାଇମଣ୍ଡ ହାର୍ବର ବାଟ ଦେଇ ଯାଉଥିବା ଜେପି ନଡ୍ଡାଙ୍କ କାର ଉପରକୁ ଟେକା-ପଥର ମାଡ କରିଥିଲେ। ତାଙ୍କ ଗାଡି ଉପରକୁ ପଥର ମାଡ କରାଯିବା ପରେ ତାଙ୍କ କାରର କାଚ ଭାଙ୍ଗିଯାଇଛି। ତେବେ ବିଜେପି ପଶ୍ଚିମବଙ୍ଗରରେ ହୋଇଥିବା ଏହି ଆକ୍ରମଣ ସମୟର ଭିଡିଓ ସେୟାର କରି ଏହାକୁ କଡା ନିନ୍ଦା କରିଛି।
ଏହା ପୂର୍ବରୁ ବିଜେପି କର୍ମୀଙ୍କୁ ତୃଣମୂଳ କଂଗ୍ରେସ କର୍ମୀମାନେ ମାଡ ମାରିଥିବାର ଅଭିଯୋଗ ହୋଇଥିଲା। ବିଜେପି ପକ୍ଷରୁ କୁହାଯାଇଥିଲା, ଟିଏମସିକର୍ମୀ ତାଙ୍କ କର୍ମୀଙ୍କୁ ମାଡ ମାରିଛନ୍ତି। କେବଳ ସେତିକି ନୁହେଁ, କାର୍ଯ୍ୟକ୍ରମ ସ୍ଥଳରେ ଦଳୀୟ ବ୍ୟାନରକୁ ମଧ୍ୟ ଚିରି ଦିଆଯାଇଛି। ତେବେ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କର କହିବା ଅନୁସାରେ, ଏହି ସବୁ ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଉଦେଶ୍ୟ ମୂଳକ।
TMC goons attacked Kailash ji at Sirakal more, Diamond Harbour. Aimed bricks at him. Why Pishi and Bhaipo are so scared? Shameful act of cowardice! Clearly Pishi & her goons are fearful of people’s support for BJP in West Bengal. #BengalSupportsBJP pic.twitter.com/v9hblXevu9
— BJP Bengal (@BJP4Bengal) December 10, 2020