ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଗତ ଦୁଇବର୍ଷ ହେବ କରୋନା ପାଇଁ ସବୁ କିଛି ବିଗିଡି ଯାଇଛି। ସେ ଆର୍ଥିକ ମେରୁଦଣ୍ଡ ହେଉ କି ଶିକ୍ଷା। ସବୁ କ୍ଷେତ୍ରରେ ଜନସାଧାରଣ ମାନେ କ୍ଷତି ସହୁଛନ୍ତି। ଆଉ ଏଭଳି କ୍ଷେତ୍ରରେ ଯଦି ଆମେ ଶିକ୍ଷା ଉପରେ ନଜର ପକାଇବା ଏହା ସବୁ ଠାରୁ ଅଧିକ କ୍ଷତିଗ୍ରସ୍ଥ ହୋଇଛି। ପ୍ରତ୍ୟେକ ପିଲାମାନଙ୍କ ପାଇଁ ତାଙ୍କ ଶିକ୍ଷା ବର୍ଷ ବହୁତ ଜରୁରୀ ହୋଇଥାଏ। କିନ୍ତୁ କୋଭିଡ ପାଇଁ ପିଲା ମାନେ ଦୁଇ ବର୍ଷ ହେବ ଶ୍ରେଣୀ ଗୃହର ଚିତ୍ର ମଧ୍ୟ ଦେଖି ନଥିଲେ। ତେବେ ଏଥି ପାଇଁ ପିଲାମାନଙ୍କ ଭବିଷ୍ୟତକୁ ଲକ୍ଷ କରି ଅନଲାଇନ ମାଧ୍ୟମରେ ପାଠ ପଢ଼ା କରାଗଲା। ଏହା ସହ ପିଲାମାନେ ପରୀକ୍ଷା ମଧ୍ୟ ଅନଲାଇନ ମାଧ୍ୟମରେ ଦେଲେ। ତେବେ ଅନଲାଇନ ପାଠ ପଢ଼ା କିଛି ଖୁବ ଫଳପ୍ରଦ ହୋଇ ପାରିଲା ନାହିଁ। ତେବେ ଏଥି ପାଇଁ ଏପର୍ଯ୍ୟନ୍ତ ବହୁ ବିବାଦ ଦେଖା ଦେଉଛି। ପିଲାମାନେ ଅନଲାଇନ ମୋଡରେ ପରୀକ୍ଷା ଦେବା ପାଇଁ ଚାହୁଁଛନ୍ତି। ତେବେ ଏହି ବିବାଦ ଏବେ କଲିକତା ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବା ସହିତ ଅନଲାଇନ୍ ପରୀକ୍ଷା ଦାବି କରନ୍ତି। ଛାତ୍ରମାନଙ୍କ କହିବା ଅନୁସାରେ କେବଳ ୧ ମାସର କ୍ଲାସ୍ ଅନୁଷ୍ଠିତ ହୋଇଛି । ସିଲାବସ୍ ମଧ୍ୟ ସମାପ୍ତ ହୋଇନାହିଁ। ଆମ ପାଖରେ କୌଣସି ଅଧ୍ୟୟନ ସାମଗ୍ରୀ ନାହିଁ ଏବଂ ସେମାନେ ପରୀକ୍ଷା ଘୋଷଣା କରିଛନ୍ତି। ଏଥିପାଇଁ ପିଲାମାନେ ଏବେ ଧାରଣାରେ ବସିଛନ୍ତି।